ଭୁବନେଶ୍ୱର : ରାଜ୍ୟ ବିଜେପି ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀଙ୍କ ନାଁ ଘୋଷଣା । ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ନାଁ ଘୋଷଣା କରାଯାଇଛି । ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ମହିଳା ମୋର୍ଚ୍ଚା ସଭାପତି ଐଶ୍ବର୍ଯ୍ୟା ବିଶ୍ବାଳ, କୃଷକ ମୋର୍ଚ୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ, ଏସ.ସି ମୋର୍ଚ୍ଚା ସଭାପତି ବାଇଧର ମଲ୍ଲିକ ଓ ଏସି.ଟି ମୋର୍ଚ୍ଚା ସଭାପତି ହୋଇଛନ୍ତି କାନ୍ଦେରା ସୋରେନ ।
ଓବିସି ମୋର୍ଚ୍ଚା ସଭାପତି ପ୍ରଦ୍ୟୁମ୍ନ ନାୟକ, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ଗୁରିନ୍ଦର ସିଂହ, ଅନୁଗୁଳ ଜିଲ୍ଲା ପ୍ରଭାରୀ ଗୋଲକ ପ୍ରସାଦ ମହାପାତ୍ର, ବାଲେଶ୍ବର ପାଇଁ ଗୌତମ ରାୟ, ବାଲେଶ୍ବର(ଉତ୍ତର) ପାଇଁ ଉମାକାନ୍ତ ମହାପାତ୍ରଙ୍କ ନାଁ ଘୋଷଣା କରାଯାଇଛି ।






