ରୁଷ : ରୁଷର ଇଭାନୋଭୋ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଚାଳକ ଦଳର ୭ ଜଣ ସଦସ୍ୟ ରହିଥିଲେ । ଏହି ବିମାନଟି ରୁଷର ରକ୍ଷା ମନ୍ତ୍ରଣାଳୟର ରହିଥିବା ଖବର ମିଳିଛି ଇଭାନୋଭୋର ରୁଷର ଏକ ବଡ଼ ସହର । ଏହା ମସ୍କୋ ଠାରୁ ୨୫୪ କିମି ଉତ୍ତର ପୂର୍ବରେ ଅବସ୍ଥିତ । ତେବେ ବିମାନ ଦୁର୍ଘଟଣାର କାରଣ ଜଣାପଡିନାହିଁ ।
An-22 ବିମାନ ଦୁନିଆର ସବୁଠୁ ବଡ ଟର୍ବୋପ୍ରୋପ୍ ବିମାନ । ଏହି ବିମାନ ଇନ୍ଧନ ବଞ୍ଚାଇବା ସହିତ ବହୁତ ଓଜନର ଜିନିଷ ଉଠାପାରେ । ଏହି ବିମାନ ଅଧିକାଂଶ କାର୍ଗୋ, ମିଲିଟ୍ରି ଟ୍ରାନ୍ସପୋର୍ଟ ପାଇଁ ବ୍ୟବହାର ହୁଏ ।






