ଜାତୀୟ

ଶମଶାବାଦ ବିମାନବନ୍ଦରକୁ ବୋମା ଧମକ

ତେଲେଙ୍ଗାନା : ତେଲେଙ୍ଗାନାର ଶମଶାବାଦ ଏୟାରପୋର୍ଟକୁ ପୁଣି ବୋମା ଧମକ ମିଳିଛି । ଯାହାର ଧମକ ଏୟାରପୋର୍ଟର ଅଧିକାରୀଙ୍କ ନିକଟକୁ ଇମେଲ୍ ମାଧ୍ୟମରେ ଆସିଥିବା ସୂଚନା ମିଳୁଛି । ଯେଉଁଥିରେ ଦାବି କରାଯାଇଛି ଯେ, ଆମେରିକା ଯାଉଥିବା ବିମାନରେ ବୋମା ରଖାଯାଇଛି । ଯାହା ଉଡ଼ାଣର ୧୦ ମିନିଟ୍ ପରେ ବିସ୍ଫୋରଣ ହେବ ।

ସୂଚନାନୁଯାୟୀ, ଇମେଲଟି ଆମେରିକା ନ୍ୟୁୟର୍କର ଜାସପର ପାର୍କାର୍ଟ ନାମକ ଜଣେ ବ୍ୟକ୍ତିଙ୍କ ଆଇଡି ବ୍ୟବହାର କରି ଏହି ଧମକ ପଠାଯାଇଥିବା ତଦନ୍ତରୁ ଜଣାପଡିଛି । ଯଦି ଏକ ମିଲିୟନ୍ ଡଲାର ଦିଆଯାଏ ତେବେ ବୋମା ବିସ୍ଫୋରଣ କରାଯିବ ନାହିଁ ବୋଲି ସନ୍ଦିଗ୍ଧ ବ୍ୟକ୍ତି କହିଥିଲେ । ଧମକ ମିଳିବା ପରେ ଏୟାରପୋର୍ଟର ସୁରକ୍ଷା ଏଜେନ୍ସି ଆଲର୍ଟ ଜାରି କରିଛି ।

ଅନ୍ୟପଟେ ଟର୍ମିନାଲ, ରନୱେ, ବ୍ୟାଗେଜ ଏରିଆ ଏବଂ ଏୟାରସାଇଡ ଜୋନରେ ବଡ଼ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ଏଥିସହିତ CISF, ପୋଲିସ ସମେତ ଅନ୍ୟାନ୍ୟ ସୁରକ୍ଷା ଟିମ୍ ମଧ୍ୟ ବିପଦକୁ ଯାଞ୍ଚ କରିବା ପାଇଁ ଏକାଠି କାମ କରୁଛନ୍ତି । ବର୍ତ୍ତମାନ ବିମାନବନ୍ଦର କାର୍ଯ୍ୟ ଜାରି ରହିଛି । କିନ୍ତୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଏହା ବ୍ୟତୀତ ଅଧିକାରୀମାନେ ଇମେଲର ସତ୍ୟତା, IP ଟ୍ରାକିଂ ଏବଂ ଧମକ ପଠାଇଥିବା ବ୍ୟକ୍ତିର ଲୋକେସନ ସମ୍ପର୍କରେ ମଧ୍ୟ ଯାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL