ଜାତୀୟ

ଶୀତକାଳୀନ ସୂଚୀରେ ୫% ବିମାନ ଭଡ଼ା ହ୍ରାସ କରିବାକୁ ଇଣ୍ଡିଗୋକୁ DGCAର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମନ୍ତ୍ରଣାଳୟ ଏହାର ଶୀତକାଳୀନ କାର୍ଯ୍ୟସୂଚୀ ବୃଦ୍ଧିକୁ ହ୍ରାସ କରି ୫ % ଉଡ଼ାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି ।

ସୂଚନାନୁଯାୟୀ, ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ୧ ଡିସେମ୍ବରଠାରୁ  ଇଣ୍ଡିଗୋ ଉଡ଼ାଣ ସୂଚୀ ୫% ହ୍ରାସ କରିଛି । DGCA ଆଜି ଏକ ନିର୍ଦ୍ଦେଶ ଜାରି କରିଛି । ବିଶେଷ କରି ଉଚ୍ଚ ଚାହିଦା ଏବଂ ହାଇ-ଫ୍ରିକ୍ବେନ୍ସ ରୁଟରେ ଉଡ଼ାଣ ହ୍ରାସ କରାଯାଇଛି । ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା DGCAକୁ ଏକ ସଂଶୋଧିତ ସୂଚୀ ଦେବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ ଦିଆଯାଇଛି । ଯାହା PTI ପକ୍ଷରୁ ସୂଚନା ମିଳୁଛି । ସରକାରଙ୍କ ଏହି ପଦକ୍ଷେପ ସ୍ପଷ୍ଟ କରିଛି ଯେ, ଇଣ୍ଡିଗୋର ସାମ୍ପ୍ରତିକ ବଡ଼ ବାଧାକୁ ଏହା ସହ୍ୟ କରିବ ନାହିଁ ।  ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL