ଭୁବନେଶ୍ବର : ସରିଲା ବିଧାନସଭା ଅଧିବେଶନ । ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ ହେଲା ବିଧାନସଭା । ୧୮ ଟି କାର୍ଯ୍ୟ ଦିବସ ପୂର୍ବରୁ ବନ୍ଦ ହେଲା ଗୃହ । ମୋଟ ୧୧ ଦିନ ଚାଲିଲା ଶୀତ ଅଧିବେଶନର ଗୃହକାର୍ଯ୍ୟ । ସମସ୍ତଙ୍କ ଅନୁମୋଦନକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଏଥର ବିଧାନସଭାର ଶୀତ ଅଧିବେଶନ ଥିଲା ନିଆରା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିଥିଲେ । ବିଧାୟକମାନଙ୍କୁ ଶିଖାଇଥିଲେ ଆଚରଣ ଓ ଉଚ୍ଚାରଣର ପାଠ । ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶାସକ ଓ ବିରୋଧୀଙ୍କ ଗୃହରେ ମୁହାଁମୁହିଁ ହେବାର ଦେଖାଯାଇଥିଲା ।
ଏଥିସହିତ ବିଧାନସଭାରେ ବାଚସ୍ପତିଙ୍କ ଠାରୁ ଆରମ୍ଭ କରି ବିଧାୟକଙ୍କ ଯାଏ ସମସ୍ତଙ୍କର ଦରମା ବୃଦ୍ଧି ବିଲ୍ ପାରିତ ହୋଇଛି । ବିଧାନସଭାର ଶେଷ ଦିନରେ ମାଲକାନଗିରିକୁ ନେଇ କମ୍ପିଥିଲା ଗୃହ । ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଥିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।







