ଜାତୀୟ

ଇଣ୍ଡିଗୋ ଅଚଳାବସ୍ଥା: ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର ବାଧା ସୃଷ୍ଟି ହେବା ଯୋଗୁଁ ଯାତ୍ରୀଙ୍କ ବ୍ୟାପକ ଅସୁବିଧା ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଦେଶର ଏଗାରଟି ବିମାନବନ୍ଦରରେ ତୁରନ୍ତ କ୍ଷେତ୍ର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ।

ଦେଶରେ ଇଣ୍ଡିଗୋ ବିମାନ ଉଡାଣ କ୍ଷେତ୍ରରେ ବଡ଼ ଧରଣର ବଧ ସୃଷ୍ଟି ହେବା ପରେ ଡିଜିସିଏ ଇଣ୍ଡିଗୋ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୂର୍ବରୁ ଶୀତକାଳୀନ ଉଡାଣ ତାଲିକାରୁ ଇଣ୍ଡିଗୋର ୫% ହ୍ରାସ କରି ଅନ୍ୟ କମ୍ପାନୀକୁ ଦେବାକୁ ସରକାର ନିର୍ଦେଶ ଦେଇଥିଲେ । ଆଜି ଇଣ୍ଡିଗୋ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟକଳାପ ଯାଞ୍ଚ କରିବାକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ଡିଜିସିଏ ଏହାର ଅଧିକାରୀମାନଙ୍କୁ ଦୁଇରୁ ତିନି ଦିନ ମଧ୍ୟରେ ବିମାନବନ୍ଦର ପରିଦର୍ଶନ କରି ଯାଞ୍ଚ କରିବା ସହ ଯାଞ୍ଚର ୨୪ ଘଣ୍ଟା ମଧ୍ୟରେ ଏକ ବିସ୍ତୃତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି । ଦେଶର ପ୍ରମୁଖ ୧୧ଟି  ବିମାନବନ୍ଦରେ ଏହି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଅଯାଇଛି । ବିମାନବନ୍ଦରଗୁଡ଼ିକ ମଧ୍ୟରେ ନାଗପୁର, ଜୟପୁର, ଭୋପାଳ, ସୁରଟ, ତିରୁପତି, ବିଜୟୱାଡା, ଶିରିଡି, କୋଚିନ୍, ଲକ୍ଷ୍ନୌ, ଅମୃତସର ଏବଂ ଡେରାଡୁନ୍ ଅନ୍ତର୍ଭୁକ୍ତ ।

ଡିଜିସିଏର ନିର୍ଦ୍ଦେଶ ଅନୁଯାୟୀ ଅଧିକାରୀମାନେ ସୁରକ୍ଷା ପ୍ରସ୍ତୁତି, କାର୍ଯ୍ୟକ୍ଷମ ପ୍ରସ୍ତୁତି, ଯାତ୍ରୀ ସୁବିଧାର ଗୁଣବତ୍ତା ଏବଂ ଉଡାଣ ବାଧା ସମୟରେ ବିମାନ କମ୍ପାନୀର ପ୍ରତିକ୍ରିୟାଶୀଳତା ମୂଲ୍ୟାଙ୍କନ କରିବେ । ଡିଜିସିଏ ମଧ୍ୟ ବିମାନ ବିଳମ୍ବ ଏବଂ ବାତିଲକରଣ, ଟର୍ମିନାଲ ଅଞ୍ଚଳରେ ଭିଡ଼, ଚେକ୍-ଇନ୍ କାଉଣ୍ଟରରେ ଧାଡ଼ି ପରିଚାଳନା, ସୁରକ୍ଷା ପଏଣ୍ଟ ଓ ବୋର୍ଡିଂ ଗେଟ୍ ଏବଂ ଇଣ୍ଡିଗୋ ଓ ବିମାନବନ୍ଦର ଉଭୟ ଦ୍ୱାରା ନିୟୋଜିତ କାର୍ଯ୍ୟକ୍ଷମ ମାନବଶକ୍ତିର ପର୍ଯ୍ୟାପ୍ତତା ଏବଂ କାର୍ଯ୍ୟକ୍ଷମତା ଉପରେ ସତର୍କ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦେଇଛି ଡିଜିସିଏ । ସେମାନଙ୍କୁ ବିମାନ ସହାୟତା ଡେସ୍କଗୁଡ଼ିକୁ ୨୪ ଘଣ୍ଟା ନିୟୋଜିତ କରାଯାଉଛି କି ନାହିଁ, ବିଳମ୍ବ ଏବଂ ବାତିଲ ବିଷୟରେ ଯାତ୍ରୀମାନଙ୍କୁ ସୂଚନା ପ୍ରଦାନ କରାଯାଉଛି କି ନହିଁ । ଗୁଣବତ୍ତା ଓ ସମୟାନୁବର୍ତ୍ତୀତା ଏବଂ ପାନୀୟ ଜଳ ଭଳି ଅତ୍ୟାବଶ୍ୟକୀୟ ସୁବିଧାର ଉପଲବ୍ଧତା ଉପରେ ମଧ୍ୟ ନଜର ରଖିବାକୁ କୁହାଯାଇଛି । ଏଥିସହ ବରିଷ୍ଠ ନାଗରିକ, ଶିଶୁ, ଗର୍ଭବତୀ ମହିଳା ଏବଂ କମ୍ ଗତିଶୀଳତା ଥିବା ଯାତ୍ରୀମାନଙ୍କୁ ପ୍ରଦାନ କରାଯାଇଥିବା ସହାୟତା ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହୋଲ୍ଡିଂ ଅଞ୍ଚଳରେ ବସିବା ବ୍ୟବସ୍ଥା, ବିମାନବନ୍ଦରରେ ବରିଷ୍ଠ ବିମାନ ପରିଚାଳନାର ଉପସ୍ଥିତି, ଶୌଚାଳୟ ଏବଂ ପରିଷ୍କାର ପରିଚ୍ଛନ୍ନତା ହାଉସକିପିଂ କର୍ମଚାରୀଙ୍କ ନିୟୋଜନର ସମୀକ୍ଷା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ବାକି ଥିବା ବ୍ୟାଗେଜ୍ ଡେଲିଭରି ଏବଂ ଯେକୌଣସି ବ୍ୟାକଲଗ୍ ସ୍ଥିତି ଯାଞ୍ଚ କରିବା ସହ ଯାତ୍ରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଦ୍ୱାରା ସେମାନେ ପାଇଥିବା ସୁବିଧା ଉପରେ ମତାମତ ପାଇପାରିବେ । ନିର୍ଦ୍ଦେଶ ଅନୁଯାୟୀ, ଯାଞ୍ଚର ଅନ୍ୟ ଏକ କ୍ଷେତ୍ର ହେଉଛି ବିଳମ୍ବ ଏବଂ ବାତିଲ ସମ୍ପର୍କରେ ଯାତ୍ରୀମାନଙ୍କୁ ପଠାଯାଉଥିବା ଏସଏମଏସ , ହ୍ଵାଟ୍ସଆପ ଏବଂ ଇମେଲ୍ ସୂଚନାର ସମୟାନୁବର୍ତ୍ତୀତା । ସମ୍ପୂର୍ଣ୍ଣ ମୂଲ୍ୟାଙ୍କନ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଧିକାରୀଙ୍କୁ ବିମାନବନ୍ଦର ନିର୍ଦ୍ଦେଶକ, ବିମାନ ଷ୍ଟେସନ ମୁଖ୍ୟ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସଏଫ) ଏବଂ ବିମାନବନ୍ଦର ପରିଚାଳକମାନଙ୍କ ସହିତ ସମନ୍ୱୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL