ଢେଙ୍କାନାଳ : ଜମି ଟଙ୍କା ନଦେବାରୁ ଢେଙ୍କାନାଳ ସଦର ତହସିଲଦାର ଅଫିସ ଆସବାବପତ୍ର ଜବତ । ଢେଙ୍କାନାଳ ସହରର ବାଜିଚୌକ ସ୍ଥିତ ସତ୍ୟବାଦୀ ବେହେରାଙ୍କ ଆବେଦନର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସିଭିଲ୍ କୋର୍ଟ ଜଜ୍ । ନିର୍ଦ୍ଦେଶ ପରେ ତହସିଲଦାର ସ୍ଵାଧିନ କୁମାର ବେହରାଙ୍କ ଗାଡି, ଆଲମିରା, କମ୍ପ୍ୟୁଟର, ଟେବୁଲ, ଚେୟାର ଓ ଅନ୍ୟାନ୍ୟ ଆସବାବପତ୍ର ଆଦି ସିଜ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଫ୍ଲାଇ ଓଭର୍ ବ୍ରିଜ ପାଇଁ ହୋଇଥିବା ଜମି ଅଧିଗ୍ରହଣ ସମୟରେ ଜମି ମାଲିକଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କଥା । ଏନେଇ୨୦୧୩ରେ ନେଇ ଢେଙ୍କାନାଳ ସିଭିଲ୍ କୋର୍ଟରେ କେସ୍ କରିଥିଲେ ଜମି ମାଲିକ । ସେତେବେଳେ ୧୨ ଡେସିମିଲି ଜମି ଅଧିଗ୍ରହଣ ହୋଇଥିଲା ।
୨୦୨୩ ମସିହାରେ ଘଟଣାର ଶୁଣାଣି କରି ସିଭିଲ୍ କୋର୍ଟ ଜଜ୍ କ୍ଷତିଗ୍ରସ୍ତଙ୍କୁ ସୁଧ ବାବଦକୁ ୧୩ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ଟଙ୍କା ନ ଦିଆଯାଇଥିବାରୁ ଲ୍ୟାଣ୍ଡ ଆକ୍ୟୁଜିସନ୍ ଅଫିସର୍ ତଥା ତହସିଲଦାରଙ୍କ ଦ୍ବାରା ବ୍ୟବହୃତ ଆସବାବପତ୍ର ସିଜ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।








