ଓଡ଼ିଶା

ଜାନୁଆରୀରୁ ଠପ ହୋଇପାରେ ଓପିଡି ରୋଗୀ ସେବା, ଡାକ୍ତର ସଂଘର ଚେତାବନୀ

ଭୁବନେଶ୍ୱର : ଜାନୁଆରୀରୁ ଠପ ହୋଇପାରେ ଡାକ୍ତରଖାନାରେ ଓପିଡି ରୋଗୀ ସେବା ।  ଜାନୁଆରୀରୁ ଡାକ୍ତର ଓପିଡି ବନ୍ଦ କରିବା ସହିତ ସ୍ୱାସ୍ଥ୍ୟ ସମ୍ପର୍କିତ ଜାତୀୟ କାର୍ଯ୍ୟକ୍ରମକୁ କରିବେ ବୟକଟ ।  ପ୍ରେସମିଟରେ ଏଭଳି ଚେତାବନୀ ଦେଇଛି ଓଡ଼ିଶା ଡାକ୍ତର ସଂଘ- ଓମସା ।  ୧୮ ଦଫା ଦାବିରେ ନେଇ ନଭେମ୍ବର ୨୦ଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଛି ।  ଦାବି ସମ୍ପର୍କରେ ସରକାର ବାରମ୍ବାର ଆଲୋଚନା କରୁଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ  l  ପ୍ରତିବାଦରେ ନଭେମ୍ବର ୨୦ରୁ ରାଜ୍ୟବ୍ୟାପୀ ଡାକ୍ତରମାନେ କଳା ବ୍ୟାଜ୍ ପିନ୍ଧି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଛନ୍ତି l

କିନ୍ତୁ ଏବେ ପ୍ରତ୍ୟକ୍ଷ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ସଂଘ ନିଷ୍ପତ୍ତି ନେଇଛି । ଖୁବ୍ ଶୀଘ୍ର କେନ୍ଦ୍ରୀୟ କାର୍ଯ୍ୟକାରିଣୀ ପରବର୍ତ୍ତୀ ନିଷ୍ପତ୍ତି ନେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଓମସା ରାଜ୍ୟ ସଭାପତି ଡାକ୍ତର୍ କିଶୋର ଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟରେ ରୋଗୀସେବା କୁ ସହଜ ଓ ଲୋକାଭିମୁଖୀ କରିବା ପାଇଁ ଦୀର୍ଘଦିନ ଧରି ଡାକ୍ତର ସଂଘ ପକ୍ଷରୁ ସରକାରଙ୍କ ନିକଟରେ ୧୮ ଗୋଟି ଦାବି ରଖାଯାଇଥିବା ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL