ଜାତୀୟ

ଦିଲ୍ଲୀର ବିଭିନ୍ନ ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲରେ ପୁଣି ଥରେ ବୋମା ଧମକ । ଯାହାକୁ ନେଇ ଏବେ ସାଧରଣରେ ହଇଚଇ ସୃଷ୍ଟି ହୋଇଛି । ଲକ୍ଷ୍ମୀ ନଗର, ମୟୂର ବିହାର, ରୋହିଣୀର ସ୍କୁଲଗୁଡ଼ିକୁ ଏହି କଲ୍ ଆସିଥିଲା । କୁହାଯାଉଛି ଯେ ସକାଳେ ବୋମା ଧମକ କଲ୍ ପାଇବା ପରେ ଏହି ଅଞ୍ଚଳର ବିଦ୍ୟାଳୟଗୁଡ଼ିକରେ ବିଶୃଙ୍ଖଳା ଦେଖାଦେଇଥିଲା। ତୁରନ୍ତ ଏହି ସୂଚନା ପୋଲିସକୁ ଦିଆଯାଇଥିଲା । ବର୍ତ୍ତମାନ ବିଦ୍ୟାଳୟଗୁଡ଼ିକର ତଦନ୍ତ ଚାଲିଛି ଏବଂ ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଜିନିଷ ମିଳିନାହିଁ ।

ସ୍ଥାନୀୟ ପୋଲିସର ବୋମା ନିଷ୍କ୍ରିୟ ଟିମ୍‌ ସ୍କୁଲରେ ପହଞ୍ଚି ବିସ୍ଫୋରକ ସାମଗ୍ରୀ ଖୋଜିଥିଲା । କିନ୍ତୁ ଅଧିକ ସମୟ ଧରି ଖୋଜିବା ପରେ କୌଣସି ପ୍ରକାରର ବିସ୍ଫୋରକ ଜିନିଷ ମିଳିନଥିଲା । ଦିଲ୍ଲୀର ବିଦ୍ୟାଳୟରେ ବୋମା ଧମକ ଫୋନ୍ କଲ୍ କିମ୍ବା ଇ-ମେଲ୍ ମାଧ୍ୟମରେ ଗ୍ରହଣ କରାଯାଇଛି । ଯାହା ମଧ୍ୟରୁ ଅଧିକାଂଶ ଧମକ ମିଥ୍ୟା ପ୍ରମାଣିତ ହୋଇଛି ।

କିନ୍ତୁ ଦିଲ୍ଲୀ ପୋଲିସ ତତ୍ପରତା ପ୍ରଦର୍ଶନ କରି ପ୍ରତ୍ୟେକ କଲକୁ ଗମ୍ଭୀରତାର ସହ ନେଇଥିଲା, ବିଦ୍ୟାଳୟଗୁଡ଼ିକୁ ଖାଲି କରିଥିଲା ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୂଚନାଯୋଗ୍ୟ, ଦିଲ୍ଲୀରେ ଏଭଳି ଘଟଣା ପ୍ରଥମ ଥର ନୁହେଁ । ଚଳିତ ବର୍ଷ ଏହିପରି ପ୍ରାୟ ୧୫୦ ଟି ମାମଲା ରୁଜୁ ହୋଇଛି । ଯେଉଁଥିରେ ବୋମା ଥିବା ଧମକ ମିଳିଛି । ସ୍କୁଲ, କଲେଜ, ହସପିଟାଲ, ଆଇଜିଆଇ ଏୟାରପୋର୍ଟରେ ବୋମା ଥିବା ମିଛ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL