ଜାତୀୟ

ଦିଲ୍ଲୀ ବିସ୍ଫୋରଣ ମାମଲା : ମାଷ୍ଟରମାଇଣ୍ଡ ବିଲାଲ ଗିରଫ

ନୂଆଦିଲ୍ଲୀ : NIA ଟିମକୁ ମିଳିଲା ବଡ଼ ସଫଳତା । NIA ଗତମାସରେ ଦିଲ୍ଲୀ ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି । ଦିଲ୍ଲୀ ବିସ୍ଫୋରଣ ମାମଲାରେ ବାରମୁଲ୍ଲାର ଡାକ୍ତର ବିଲାଲ ନାସିର ମଲ୍ଲାଙ୍କୁ ଗିରଫ କରାଯାଇଥିଲା । ଏହି ମାମଲାରେ ନାସିର ମଲ୍ଲା ଅଷ୍ଟମ ଅଭିଯୁକ୍ତ । ତାଙ୍କୁ ଗିରଫ କରାଯିବା ପରେ ଦିଲ୍ଳୀର ପଟିଆଲା ହାଉସରେ ହାଜର କରାଯାଇଥିଲା । ଶୁଣାଣି ପରେ କୋର୍ଟ ତାଙ୍କୁ ୭ ଦିନିଆ ରିମାଣ୍ଡରେ ପଠାଇଛନ୍ତି ।

ସୂଚନାନୁଯାୟୀ, ତାଙ୍କୁ ଏହି ୭ ଦିନିଆ ରିମାଣ୍ଡରେ NIA ଟିମ ପଚରାଉଚରା କରିବ । ନାସିର ମଲ୍ଲା ଜାଣିଶୁଣି ମୃତ ଅଭିଯୁକ୍ତ ଉମର ଉନ୍ ନବିଙ୍କୁ ଲଜିଷ୍ଟିକ୍ ସମର୍ଥନ ଯୋଗାଇ ଆଶ୍ରୟ ଦେଇଥିଲେ ବୋଲି NIA ଟିମ୍ ତଦନ୍ତରୁ ଜଣାପଡିଛି । ତାଙ୍କ ଉପରେ ଆତଙ୍କବାଦୀ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ରହିଛି । ଏହି ଆତଙ୍କବାଦୀ ଘଟଣା ପଛରେ ଥିବା ଷଡଯନ୍ତ୍ରର ତଦନ୍ତ ମଧ୍ୟ NIA ଟିମ୍ ଆରମ୍ଭ କରିଛି । ଷଡ଼ଯନ୍ତ୍ରରେ ସାମିଲ ଥିବା ସମସ୍ତ ଲିଙ୍କ୍ ଖୋଲିବା ପାଇଁ ଆତଙ୍କବାଦ ବିରୋଧୀ ଏଜେନ୍ସି ବିଭିନ୍ନ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସି ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରୁଛି ।

ଏଥିସହିତ ଅଭିଯୁକ୍ତ ଆମିର ରସିଦଙ୍କୁ ନଭେମ୍ବର ୧୬ ତାରିଖରେ ଗିରଫ କରାଯାଇଥିଲା । ଆଜି ତାଙ୍କୁ ସାତ ଦିନ ପାଇଁ ରିମାଣ୍ଡରେ ନିଆଯାଇଛି । ଗିରଫ ହେବା ପରଠାରୁ ତାଙ୍କୁ ଦୁଇଟି ଅଲଗା ଅଲଗା ତାରିଖରେ ରିମାଣ୍ଡରେ ନିଆଯାଇଥିଲା । ଯାହା ପରେ ଆଜି ତାଙ୍କୁ ପୁଣି ଥରେ ହାଜର କରାଯାଇଥିଲା ।

ସୂଚନାଯୋଗ୍ୟ, ନଭେମ୍ବର ୧୦ ତାରିଖ ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL