ଜାତୀୟ

ମରକ୍କୋରେ ଭୁଶୁଡ଼ିଲା ୨କୋଠା: ୧୯ ମୃତ

ମରକ୍କୋ: ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା ଭୁଶୁଡ଼ି ପଡ଼ିବାରୁ ୧୯ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ପ୍ରାୟ ୧୬ଜଣ ଆହତ ହୋଇଥିବା ସୂଚନା ରହିଛି ।  ସୂଚନା ଅନୁସାରେ, ମରକ୍କୋ ସମୟ ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଫେଜ୍‌ ସହରରେ ଦୁଇଟି ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଥିଲା । ମରକ୍କୋ ଗଣମାଧ୍ୟମ ଅନୁଯାୟୀ, ଉକ୍ତ କୋଠା ଦୁଇଟିରେ ଆଠଟି ପରିବାର ବାସ କରୁଥିଲେ । ଘଟଣାରେ ୧୬ ଜଣ ଆହତ ହୋଇଥିଲା ବେଳେ ୧୯ ଜଣ ପ୍ରାଣ ହରାଇଛନ୍ତି । ଆହତମାନଙ୍କୁ କକିତ୍ସା ପାଇଁ ଫେଜ୍‌ର ଏକ ଚିକିତ୍ସା ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି । ଭଗ୍ନାବଶେଷ ତଳେ ଫସି ରହିଥିବା ଅନ୍ୟମାନଙ୍କୁ ଖୋଜିବା ପାଇଁ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ମରକ୍କୋ ଗଣମାଧ୍ୟମ ପ୍ରକାଶ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL