ଓଡ଼ିଶା

ଆଜି ଭୁବନେଶ୍ବରରୁ ବାତିଲ ହେଲା ୮ଟି ଇଣ୍ଡିଗୋ ବିମାନ

ଭୁବନେଶ୍ୱର : ଇଣ୍ଡିଗୋ ବିମାନ ଚଳାଚଳରେ ଅଚଳାବସ୍ଥା ଜାରି । ଆଜି ଭୁବନେଶ୍ବରରୁ ୮ଟି ବିମାନ ବାତିଲ । ଭୁବନେଶ୍ବରରୁ ଗୋଆ, ଦିଲ୍ଲୀ, ମୁମ୍ବାଇ ଓ ହାଇଦ୍ରାବାଦକୁ ବିମାନ ବାତିଲ ହୋଇଛି । କୋଲକାତା, ଡେରାଡୁନ, ଚେନ୍ନାଇ ଓ ବେଙ୍ଗାଲୁରୁକୁ ମଧ୍ୟ ବିମାନ ବାତିଲ । ବିମାନ ବାତିଲ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ।

ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ବିମାନ ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ୧ ଡିସେମ୍ବରଠାରୁ  ଇଣ୍ଡିଗୋ ଉଡ଼ାଣ ସୂଚୀ ୫% ହ୍ରାସ କରିଛି । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ସରକାର ଇଣ୍ଡିଗୋକୁ ଏହାର ବିମାନ ଉଡାଣ ସ୍ବାଭାବିକ କରିବାକୁ ଏବଂ ଯାତ୍ରୀମାନଙ୍କ ଅସୁବିଧାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଚେତାବନୀ ସତ୍ତ୍ୱେ ବିମାନ ବାତିଲ ଜାରି ରହିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL