ଓଡ଼ିଶା

କଙ୍ଗାରୁ କୋର୍ଟ: ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ

କଳାହାଣ୍ଡି : ବାଦଲି ଗାଁରେ କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ପିନ୍ଧାଇଲେ ଗ୍ରାମବାସୀ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବାଦଲି ଗାଁରେ ଜଣେ ବୃଦ୍ଧ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟରେ ନିଷ୍ପତ୍ତି କ୍ରମେ ବୃଦ୍ଧଙ୍କୁ ପ୍ରଥମେ ଲଣ୍ଡା କରାଯିବା ସହ ଚପଲ ମାଳ ପିନ୍ଧାଇ ଗାଁରେ ବୁଲେଇ ଥିଲେ  l

ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ବାଦଲି ଗାଁର ୱାର୍ଡ ନମ୍ୱର୧୩ ଚଞ୍ଚରାପଡ଼ାରେ ଗତ ୭ ତାରିଖ ସକାଳେ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ । ଗାଁର ଜଣେ ବୃଦ୍ଧ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଘଟଣା ସମ୍ପର୍କରେ ପରିବାର ଲୋକ ଗ୍ରାମବାସୀଙ୍କୁ ଜଣାଇବା ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା  l ଅନ୍ୟପଟେ କଙ୍ଗାରୁ କୋର୍ଟ ନିଷ୍ପତ୍ତି ହୋଇଥିବାରୁ ଏହା ବିରୋଧରେ ଥାନାକୁ ମଧ୍ୟ ଯିବାକୁ ସାହାସ ଜୁଟାଇ ପାରୁନାହାନ୍ତି ଉକ୍ତ ବୃଦ୍ଧ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL