ଜାତୀୟ

ପରୀକ୍ଷା ଚାଲିଥିବାବେଳେ ବ୍ରାଉନ୍ ୟୁନିଭର୍ସିଟିରେ ଗୁଳିକାଣ୍ଡ, ୨ ମୃତ, ୮ ଗୁରୁତର

ଆମେରିକା : ଆମେରିକା ୟୁନିଭର୍ସିଟିର ବାରୁସ୍ ଆଣ୍ଡ ହୋଲି ବିଲ୍ଡିଂରେ ଫାଇନାଲ ପରୀକ୍ଷା ଚାଲିଥିବାବେଳେ ବଡ଼ ଧରଣର ଗୁଳିକାଣ୍ଡ ଘଟିଛି । କଳା ପୋଷାକ ପିନ୍ଧିଥିବା ଜଣେ ସନ୍ଦିଗ୍ଧ ଆସି ଆଖିବୁଜା ଗୁଳିମାଡ଼ କରିଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୮ ଜଣ ଆହତଙ୍କୁ ରୋଡ୍ ଆଇଲ୍ୟାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଗୁଳିମାଡ଼ କରିବା ପରେ ସନ୍ଦିଗ୍ଧ ଜଣକ ହୋପ୍ ଷ୍ଟ୍ରିଟ୍ ଆଡକୁ ଚାଲି ଚାଲି ଯାଇ ଫେରାର ହୋଇଯାଇଥିଲା । ଆକ୍ରମଣର କାରଣ ଜଣାପଡିନାହିଁ । ପ୍ରଥମେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଥିବାବେଳେ ପରେ ତାକୁ ଛାଡିଦିଆଯାଇଛି । ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ଘର ଭିତରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଥାନୀୟ ପୋଲିସ ସହ FBI ଓ ATF ଘଟଣାର ତଦନ୍ତ କରୁଛନ୍ତି । ଘଟଣାକୁ ନେଇ ଦୁ!ଖ ପ୍ରକାଶ କରିବା ସହ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ମେୟର ବ୍ରେଟ୍ ସ୍ମାଇଲି ଓ ଗଭର୍ଣ୍ଣର ଡାନ୍ ମ୍ୟାକିକ୍ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL