ଓଡ଼ିଶା

ବିଲରେ ନିଆଁ ଲାଗି ଜଳିଗଲେ ଚାଷୀ

ପିପିଲି : ବିଲରେ ଜଳିଗଲେ ଚାଷୀ  l  ପିପିଲି ଥାନା ଆରିସଲ ପଞ୍ଚାୟତ ସୁନା ମୁହିଁ ଗାଁରେ ବିଲରେ ନିଆଁ ଲାଗି ପୋଡ଼ି ହୋଇଗଲେ ଜଣେ ଚାଷୀ ।  ମୃତକ ହେଲେ ଗଜେନ୍ଦ୍ର ସ୍ବାଇଁ ।  ନିଜ ବିଲରେ ଅମଳ ପରେ ଥିବା କୁଟାକୁ ନିଆଁ ଲଗାଇବା ପାଇଁ ଯାଇଥିଲେ  l ସେଠାରେ କୁଟାକୁ ଏକାଠି କରି ନିଆଁ ଲଗାଇଥିଲେ ।  ନିଆଁ ଲାଗିବା ପରେ ପାଖ ଧାନ ବିଲକୁ ଏହା ବ୍ୟାପିଯାଇଥିଲା  l  ଗଜେନ୍ଦ୍ର ନିଆଁ ଲିଭାଇବା ପାଇଁ ଚେଷ୍ଟା କରୁଥିବା ସମୟରେ ତଳେ ପଡିଯାଇଥିଲେ ।  ତାଙ୍କ ଦେହରେ ନିଆଁ ଲାଗିବା ସହିତ ସେଠାରେ ହିଁ ସେ ପୋଡି ଯାଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।  ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  l

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL