ଓଡ଼ିଶା

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି, ନିମ୍ନମାନର କାମ ଅଭିଯୋଗ

ପୁରୀ : ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି । ପୂର୍ବରୁ ଏଭଳି ପାଣି ଗଳୁଥିବାରୁ ମରାମତି କରାଯାଇଥିଲା । ପୁଣି ଥରେ ପାଣି ଗଳୁଛି । ନିମ୍ନ ମାନର କାମ ଯୋଗୁ ପୁଣି ପାଣି ଗଳୁଥିବା ଅଭିଯୋଗ ହୋଇଛି । ଆନନ୍ଦ ବଜାର ହାତ ଧୁଆ ନିକଟରେ ମେଘନାଦ ପାଚେରୀରୁ ପାଣି ଗଳୁଥିବା ଦେଖିବାକୁ ମିଳିଛି ।

ମେଘନାଦ ପାଚେରୀ ବହୁ ପୁରୁଣା ହୋଇଥିବାରୁ ଏହାର ସୁରକ୍ଷା ଦିଗରେ ଏଏସଆଇ ପକ୍ଷରୁ ମରାମତି କାର୍ଯ୍ୟ କରାଯାଇ ସ୍ୱତନ୍ତ୍ର ଡ୍ରେନେଜ ପାଇପ ଲଗାଯାଇଥିଲା । ଏବେ ପୁଣି ଥରେ ବିଭିନ୍ନ ସ୍ଥାନ ରେ ଫାଟ ସୃଷ୍ଟି ହୋଇ ପାଣି ଝରୁଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL