କଟକ : କଟକରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ । ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଶହୀଦ ଭବନରେ ଏହି ବିଶେଷ ଆଲୋଚନାଚକ୍ର ଆୟୋଜିତ ସିମ୍ପୋଜିୟମରେ ଯୋଗ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ । ସାଧାରଣ ଲୋକଙ୍କ ପାଇଁ ନ୍ୟାୟକୁ ସହଜ ଓ ଶସ୍ତା କରିବା । ମାମଲା ଲଢିବାର ଖର୍ଚ୍ଚ କମାଇବା, ବିଳମ୍ବ ଦୂର କରିବା ଓ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି ।
ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ଭାଷଣରେ କହିଛନ୍ତି, ନ୍ୟାୟ କେବଳ ସମ୍ବିଧାନ କିମ୍ବା ବହିରେ ସୀମିତ ନରହି ସାଧାରଣ ଲୋକଙ୍କ ଜୀବନରେ ଅନୁଭବ ହେବା ଦରକାର । ଯେତେବେଳେ ନ୍ୟାୟ ସହଜ, ଶସ୍ତା ଓ ମାନବୀୟ ହେବ, ସେତେବେଳେ ଯାଇ ଆଇନର ପ୍ରକୃତ ମୂଲ୍ୟ ବୁଝାପଡ଼ିବ ବୋଲି କହିଛନ୍ତି । ସାଧାରଣ ଲୋକଙ୍କ ପାଇଁ ଦୁଇଟି ବଡ଼ ସମସ୍ୟା ହେଲା- ମାମଲା ଲଢିବାର ଅଧିକ ଖର୍ଚ୍ଚ ଏବଂ ନ୍ୟାୟ ମିଳିବାରେ ଅତ୍ୟଧିକ ବିଳମ୍ବ ।








