ଜାତୀୟ

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ପରେ ଜଳିଗଲା ଗାଡ଼ି; ଚାଲିଗଲା ୪ ଜୀବନ, ୧୦୦ରୁ ଉର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ : ଘନ କୁହୁଡ଼ି ଯୋଗୁଁ ଉତ୍ତରପ୍ରଦେଶ ମଥୁରାର ଏକ୍ସପ୍ରେସୱେରେ ୭ଟି ବସ୍ ଏବଂ ୩ ଟି କାର୍ ଧକ୍କା ହୋଇଛି । ଦୁର୍ଘଟଣା ହେବା ପରେ ବସ୍ ଏବଂ କାରଗୁଡିକରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ରେ ଏହି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ଗୁଳି ଫୁଟିବା ପରି ଶବ୍ଦ କରି ଅନେକ ଗାଡ଼ି ଧକ୍କା ହୋଇଥିଲା । ଜୋରରେ ବିସ୍ଫୋରଣ ହୋଇଥିଲା । ସମଗ୍ର ଗାଁ ଘଟଣାସ୍ଥଳକୁ ଦୌଡ଼ି ଆସି ତୁରନ୍ତ ସହାୟତା ପ୍ରଦାନ କରିଥିଲା । ପ୍ରାୟ ୧୫୦ ଜଣଙ୍କୁ ୨୦ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା । ଯାହାର ସୂଚନା ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଇଛନ୍ତି । ଏହି ଦୁର୍ଘଟଣା  ହେବା ଫଳରେ ଅନେକ ଲୋକଙ୍କ ଧନଜୀବନ କ୍ଷତି ହୋଇଛି ।

ଅନ୍ୟପଟେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ (ଏସ୍ପି) ସମେତ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚାଲୁ ରହିଛି । ଏଥିସହିତ ପୋଲିସ, ଅଗ୍ନିଶମ ବାହିନୀ ଏବଂ ଏସଡିଆରଏଫ୍ କର୍ମଚାରୀମାନେ ନିଆଁ ଲିଭାଇବା ଏବଂ ଆହତମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL