ଜାତୀୟ

ପୁଣି ୧୦ ସ୍କୁଲକୁ ବୋମା ଧମକ, ଛୁଟି ଘୋଷଣା କଲେ ସ୍କୁଲ ପ୍ରଶାସନ

ଗୁଜରାଟ : ପୁଣି ସ୍କୁଲକୁ ବୋମା ଧମକ । ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ । ୧୦ଟି ସ୍କୁଲକୁ ଇମେଲ ମ୍ୟାଧ୍ୟମରେ ବୋମା ଧମକ ମିଳିଛି । ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ‘ମୁନରୋ କ୍ୟୁକେଲ ‘ ନାମକ ଏକ ଇମେଲ ଆଇଡିରୁ ଧମକପୂର୍ଣ୍ଣ ମେଲ ଆସିଥିଲା । ମେଲ ସମ୍ପର୍କରେ ସୂଚନା ପାଇ ପୋଲିସକୁ ଜଣାଇଥିଲେ ସ୍କୁଲ ପ୍ରଶାସନ। ଏହାପରେ ଧମକ ମିଳିଥିବା ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ସହ ବମ ସ୍କ୍ବାଡ, ସନ୍ଧାନକାରୀ କୁକୁର ଏବଂ ଦମକଳ ବାହିନୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ସାଇବର କ୍ରାଇମ ପୋଲିସ ଇ-ମେଲ ଆକାଉଣ୍ଟ ଏବଂ ମେଲ ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଛାନବିନ୍ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL