ଭୁବନେଶ୍ବର : ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି ସୃଷ୍ଟି ହୋଇଥିଲା । ଫେରିବା ପରେ ଛାତିଥରା କାହାଣୀ ବଖାଣିଛନ୍ତି । ମୁଁ ବଞ୍ଚିବି ବୋଲି ଭାବି ନଥିଲି କହିଛନ୍ତି ଆଦର୍ଶ । ସେଠାକାର ପରିସ୍ଥିତି ବହୁତ ଖରାପ ଥିଲା । ମୁଁ ସୁରକ୍ଷିତ ସ୍ଥାନକୁ ଯିବାବେଳେ RSF ଆତଙ୍କୀ ମୋତେ ଧରିନେଇଥିଲେ । ୩ ଦିନ ଜଙ୍ଗଲରେ ରଖିଥିଲେ ପରେ ଜେଲ୍ ନେଇଥିଲେ । ମୋତେ ଅପହରଣ ବେଳେ ବହୁତ ମାଡ଼ ମାରିଥିଲେ । ୨୦୨୨ରେ ପରିବାର ପ୍ରତିପୋଷଣ କରିବାକୁ ସୁଦାନକୁ ଜଗତସିଂହପୁର ଜ଼ିଲ୍ଲା ତିର୍ତ୍ତୋଲ ଅଞ୍ଚଳର ଆଦର୍ଶ ବେହେରା । ଆଫ୍ରିକୀୟ ଦେଶ ସୁଦାନରେ ଗୃହଯୁଦ୍ଧ ଚାଲିଥିବାବେଳେ ଅପହରଣ କରି ନେଇଥିଲେ । ଆଦର୍ଶଙ୍କୁ ସୁଦାନରେ ରାପିଡ ସପୋର୍ଟ ଫୋର୍ସେସ(ଆରଏସଏଫ୍) ଅପହରଣ ପରେ ବନ୍ଦୀ କରି ରଖାଯାଇଥିଲା । ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଆଦର୍ଶ ।
ଭୁବନେଶ୍ବରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ








