ଅନୁଗୁଳ: ଅନୁଗୁଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ଶାଶୁକୁ ହତ୍ୟା କରିଛି ବୋହୂ । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ସଦର ଥାନା ପୁଲିସ ତଦନ୍ତ ରଖିଛି। ସେପଟେ ମୃତକଙ୍କ ପୁଅ କାହ୍ନୁ ନାୟକ ଏ ନେଇ ଥାନାରେ ଏତଲା ଦେଇଛନ୍ତି।
ତାଙ୍କ ଅଭିଯୋଗ ଅନୁଯାୟୀ ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା । ତାଙ୍କୁ ନିକଟସ୍ଥ ମେଡିକାଲକୁ ନିଆଯାଇଥିଲା। ହେଲେ ଡାକ୍ତର ସେଠାରେ କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।








