ଓଡ଼ିଶା

ଆଇଆଇସିଙ୍କୁ ଗାଡ଼ି ମଡ଼ାଇ ହତ୍ୟା ଉଦ୍ୟମ

ଅନୁଗୋଳ: ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ।  ଅନୁଗୋଳ ସାଇବର ଥାନା ଅଧିକାରୀ ଖଲେଶ୍ୱର ସେଠିଙ୍କୁ ହତ୍ୟା ଉଦ୍ୟମ । ରାତି ଅଧରେ ବସ ଚଢାଉ ହତ୍ଯା ଉଦ୍ୟମ କଲେ ଦୁର୍ବୃତ୍ତ ।  ବାଇକ୍ ରେ ଯାଉଥିବାବେଳେ ଗାଡ଼ି ପିଛା କରିଥିଲେ ଦୁର୍ବୃତ୍ତ ।  ସାଇବର ଥାନା ଅଧିକାରୀ ଯାଉଥିବା ସମୟରେ ବସଟି ଦ୍ରୁତ ଗତିରେ ପଛ ପଟୁ ଆସି ଧକ୍କା ଦେଇଥିଲା ।

ତେବେ ଅଳ୍ପକେ ସାଇବର ଆଇଆଇସି ରକ୍ଷା ପାଇଯାଇଥିଲେ ।  ବସ ଡ୍ରାଇଭର, ହେଲପର ଓ କଣ୍ଡକ୍ଟର ତାଙ୍କୁ ଗାଳିଗୁଲଜ କରିବା ସହ ଧମକ ଦେଇଥିବା ଖଲେଶ୍ବର ସେଠି ଅଭିଯୋଗ କରିଛନ୍ତି ।  ଗତ ୧୮ ତାରିଖରେ ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ମାରିଦେବାକୁ ଉଦ୍ୟମ କରାଯାଥିଲା ।  ଏନେଇ ସାଇବର ଥାନାଧିକାରୀ ଅନୁଗୋଳ ଥାନାରେ ଏତଲା ଦେଉଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL