ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୨ ଜଣ ମାଓବାଦୀ ପୋଲିସ ସମ୍ମୁଖରେ ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି । ରାଜ୍ୟ ସରକାର ମାଓବାଦୀଙ୍କ ଉପରେ ପୁରସ୍କାର ବୃଦ୍ଧି କରିବା ପରେ ଏହି ଆତ୍ମସମର୍ପଣ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବା କୁହାଯାଉଛି । ଓଡ଼ିଶା ମାଓବାଦୀଙ୍କୁ ଅଧିକ ପ୍ରୋତ୍ସାହନ ଦିଆଯାଇଛି ଏବଂ ପଡ଼ୋଶୀ ଛତିଶଗଡ଼ ତୁଳନାରେ ୧୦% ଅଧିକ ପୁରସ୍କାର ପ୍ରଦାନ କରାଯାଇଛି ।
ଆତ୍ମସମର୍ପଣ କରିଥିବା କ୍ୟାଡରମାନଙ୍କ ମଧ୍ୟରେ ACM ଏବଂ DCM ଭଳି ବରିଷ୍ଠ ପଦବୀ ଅନ୍ତର୍ଭୁକ୍ତ, ପ୍ରତ୍ୟେକଙ୍କ ଉପରେ ସାଢେ ୫ ଲକ୍ଷ ଟଙ୍କାରୁ ୨୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି । ମାଓବାଦୀମାନେ ପୋଲିସ ନିକଟରେ ୧୪ଟି ଲ୍ୟାଣ୍ଡମାଇନ୍ ସହିତ ଗୋଟିଏ AK-47, SLR ବନ୍ଧୁକ ଏବଂ ୨ଟି INSAS ରାଇଫଲ୍ ସହିତ, ୩୦୩ ରାଇଫଲ ୩ଟି,ଦୁଇଟି ସିଙ୍ଗଲ ସଟ୍ ରାଇଫଲ ହସ୍ତାନ୍ତର କରିଥିବା ବେଳେ ୯ଟି ମେଗାଜିନ,୧୫୦ଟି ଜୀବନ୍ତ ଗୁଳି,୨୦ କିଲୋ ବିସ୍ଫୋରକ,୧୩ଟି ଉନ୍ନତ ବିସ୍ଫୋରକ,ଜିଲେଟିନ ଷ୍ଟିକ,କୋଡେକ୍ସ ତାର ଓ ମାଓବାଦୀ ପୁସ୍ତକ ସହ ମାଓବାଦୀମାନେ ଆତ୍ମସମର୍ପଣ କରିଛନ୍ତି ।





