ଉମରକୋଟ : ଧାରଣାରେ ଚାଷୀ, ଯାତ୍ରୀ ହନ୍ତସନ୍ତ । ନବରଙ୍ଗପୁର ଜିଲ୍ଲାରେ ଦ୍ବିତୀୟ ଦିନରେ ପହଂଚିଛି ଚାଷୀ ଆନ୍ଦୋଳନ । ୪ଟି ବ୍ଲକରେ ଠପ୍ ହୋଇଯାଇଛି ଚକ ଓ ଅଖ । ଗୁରୁତର ପ୍ରଭାବ ପଡିଛି ସାଧାରଣ ପରିବହନ ସେବା ଉପରେ । ଦୂରଗାମୀ ବସ ଗୁଡ଼ି ଉମରକୋଟ ବ୍ଲକ ସୀମାରେ ପହଞ୍ଚିବା ପରେ ରାସ୍ତା ଅବରୋଦ ଯୋଗୁ ଆଗକୁ ଯାଇପାରୁନାହିଁ । ସହର ଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଯାତ୍ରୀଙ୍କୁ ଓହ୍ଲାଇ ଦେଉଛି ବସ୍ । ସେଠାରୁ କୌଣସି ପରିବହନ ସେବା ନଥିବା ଯୋଗୁଁ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ରାସ୍ତା ରୋକ ଯୋଗୁ ଉଭୟ ପାର୍ଶ୍ବରେ ଅଟକି ରହିଛି ଶହ ଶହ ଗାଡ଼ି ।
ଚାଷୀ ଆନ୍ଦୋଳନ ପାଇଁ ଯାତ୍ରୀ ହନ୍ତସନ୍ତ, ୪ଟି ବ୍ଲକରେ ଅଖ ଚକ ଠପ୍







