ଭୁବନେଶ୍ବର: ଭାରତର ରାଜଧାନୀ ଦିଲ୍ଲୀକୁ ବି ପଛରେ ପକାଇଦେଲା ଓଡ଼ିଶାର ବାୟୁ ପ୍ରଦୂଷଣ । ଓଡ଼ିଶାର କିଛି ସହରର ପ୍ରଦୂଷଣ ସ୍ତର ପୂର୍ବାହ୍ନ ୧୧ଟା ସୁଦ୍ଧା ଏତେ ମାତ୍ରାରେ ରହିଛି ଯେ, ଯାହା ଦିଲ୍ଲୀକୁ ବି ଟପିଯାଇଛି । ବାୟୁ ମାନ ସୂଚକାଙ୍କ (AQI) ରିପୋର୍ଟ ଅନୁଯାୟୀ, ଦେଶର ୫ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର ୩ଟି ସହର ସ୍ଥାନ ପାଇଛନ୍ତି ।
ଓଡ଼ିଶାର ବାଲେଶ୍ଵର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି । ଏଠାରେ AQI ୩୩୬ ରହିଛି । ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର, ଯେଉଁଠାରେ AQI ୩୨୪ ରହିଛି । ଏହାପରକୁ ତୃତୀୟ ସ୍ଥାନରେ ରହିଛି ୩୦୪ AQI ସହ ବାରିପଦା ସହର ଯାହା ଦେଶର ୫ମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି ।









