ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ସମେତ ୧୧ ଜଣଙ୍କ ନାମରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି । ମାମଲାରେ ତଦନ୍ତ କରି ଇଡି ଅଭିଯୁକ୍ତର ୨୨.୨୬ କୋଟି ଟଙ୍କା ତଦନ୍ତକାରୀ ସଂସ୍ଥା ଜବତ କରିଛି । ଗନ୍ଧମାର୍ଦନ ଲୋଡିଂ ଏଜେନ୍ସି ନାଁରେ ଖଣିଜ ପରିବହନ କରିବା କାର୍ଯ୍ୟରେ ଶହ ଶହ କୋଟି ଠକେଇ ହୋଇଥିବା ଚାର୍ଜସିଟ୍ରେ ଇଡି ଦର୍ଶାଇଛି ।
ତେବେ ଗନ୍ଧମାର୍ଦନ କେନ୍ଦୁଝର ଶୁଆକାଟିରେ ଥିବା ଲୋଡିଂ ଏଜେନ୍ସି କୋଅପରେଟିଭ ସୋସାଇଟି ମାମଲାରେ ଗିରଫ ହୋଇ ଜେଲ ରେ ଅଛନ୍ତି ବିଜେଡି ନେତା ରାଜା ଚକ୍ର ।








