ନୂଆଦିଲ୍ଲୀ: ମାତ୍ର ୫ ଟଙ୍କାରେ ପେଟ ଫୁଲ୍ ଖାଇବା ପାଇବା କୁ ଚାହୁଁଛନ୍ତି କି? ତା ପୁଣି ବିଭିନ୍ନ ରକମର ସୁସ୍ବାଦୁ ଖାଦ୍ୟ । ତେବେ ଜାଣି ରଖନ୍ତୁ କେଉଁଠି କେଉଁଠି ଏହି ସୁବିଧା ଉପଲବ୍ଧ… ଦିଲ୍ଲୀ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଜୟନ୍ତୀ ଅବସରରେ ‘ଅଟଳ କ୍ୟାଣ୍ଟିନ୍’ ଯୋଜନାର ଆରମ୍ଭ କରିଛନ୍ତି।ଏହି ଯୋଜନା ଅନୁଯାୟୀ ସହରରେ ୧୦୦ ସ୍ଥାନରେ ୫ ଟଙ୍କାରେ ଏକ ପ୍ଲେଟ୍ ଖାଦ୍ୟ ମିଳିବ। ପ୍ରତ୍ୟେକ କ୍ୟାଣ୍ଟିନ୍ରେ ପ୍ରାୟ ୫୦୦ ଜଣଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କହିଛନ୍ତି, ଅଟଳ କ୍ୟାଣ୍ଟିନ୍ ଦିଲ୍ଲୀର ଆତ୍ମା ହେବ, ଏହା ଏପରି ସ୍ଥାନ ହେବ ଯେଉଁଠାରେ କେହି ବି ଭୋକିଲା ଶୋଇବାକୁ ପଡ଼ିବ ନାହିଁ। ସରକାର ଦିଲ୍ଲୀର ବିଭିନ୍ନ ଅଞ୍ଚଳ ଆର୍କେ ପୁରମ୍, ଜଙ୍ଗପୁରା, ଶାଲିମାର୍ ବାଗ୍, ଗ୍ରେଟର୍ କୈଲାଶ୍, ରାଜୌରୀ ଗାର୍ଡେନ୍, ନରେଲା, ବାୱାନା ସମେତ ୪୫ଟି ଅଟଳ କ୍ୟାଣ୍ଟିନ୍ର ଆରମ୍ଭ କରିଛନ୍ତି। ଅବଶିଷ୍ଟ ୫୫ଟି କ୍ୟାଣ୍ଟିନ୍ ଆଗାମୀ ଦିନମାନଙ୍କରେ କରାଯିବ। ଏହି କ୍ୟାଣ୍ଟିନ୍ମାନଙ୍କରେ ପ୍ରତିଦିନ ଦୁଇଟି ସମୟରେ ଖାଦ୍ୟ ପରସାଯିବ।
ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ଯୋଜନା, ମାତ୍ର ୫ ଟଙ୍କାରେ ମିଳିବ ପେଟ ଫୁଲ୍ ଖାଦ୍ୟ




