ଅନ୍ତର୍ଜାତୀୟ

ଟାର୍ଗେଟ କିଲିଂ ବନ୍ଦ କରିବାକୁ ISISକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଇଏସଆଇଏସ ଆତଙ୍କବାଦୀ ଆଡା ଉପରେ ଆମେରିକାର ପ୍ରଚଣ୍ଡ ଆକ୍ରମଣ । ଉତ୍ତର ନାଇଜେରିଆରେ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଛି ଆମେରିକା । ସୂଚନା ଦେଇଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏହାକୁ ଅତି ଘାତକ ଆକ୍ରମଣ ବୋଲି ଟ୍ରମ୍ପ କହିଛନ୍ତି । ନିରୀହ ଖ୍ରୀଷ୍ଟିଆନଙ୍କୁ ଟାର୍ଗେଟ କରି ହତ୍ୟା କରାଯାଉଥିବାରୁ ଆମେରିକା ଏହି ଆକ୍ରମଣ କରିଛି । ଟ୍ରମ୍ପ କହିଛନ୍ତି ପୂର୍ବରୁ ଆତଙ୍କବାଦୀଙ୍କୁ ସେ ଚେତାବନୀ ଦେଇଥିଲେ । ଟାର୍ଗେଟ କିଲିଂ ବନ୍ଦ ନକଲେ ଆକ୍ରମଣ ହେବ । ବଡ଼ ଦିନରେ ଆଇଏସଆଇଏସ ଉପରେ ଆକ୍ରମଣ କରିଛନ୍ତି ଟ୍ରମ୍ପ । ବହୁ ଆଡ୍ଡା ଉପରେ ଏବଂ ସଠିକ ହମଲା ହୋଇଥିବା କହିଛନ୍ତି ଆମେରିକା ରାଷ୍ଟ୍ରପତି। ଆଇଏସଆଇଏସ ଉପରେ ଆକ୍ରମଣ କରିବାକୁ ପ୍ଲାନ କରିବା ପାଇଁ ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଥିଲେ ଟ୍ରମ୍ପ । ତେବେ ଏହି ଆକ୍ରମଣରେ କେତେ ଆତଙ୍କବାଦୀ ମୃତାହତ ହୋଇଛନ୍ତି ସେ ନେଇ ଟ୍ରମ୍ପ ସୂଚନା ଦେଇ ନାହାନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL