ପୁରୀ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର । ଏହି ସମୟରେ ତାଙ୍କ ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ । ସିଇସି ଶ୍ରୀ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ସେ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଗସ୍ତକୁ ଆଖି ଆଗରେ ରଖି ଆଜି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜ୍ଞାନେଶ କୁମାର ତାଙ୍କ ସପରିବାର ସହ କୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି । କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ବୁଲି ଦେଖିବେ ।






