ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରକୁ ଭୁଲି ପାରୁନି ପାକିସ୍ତାନ । ନିଜ ଜୀବନ ବଞ୍ଚାଇବାକୁ କରିଲା ନୂଆ ପ୍ଲାନ । ଭାରତର ଘନ ଘନ ଆକ୍ରମଣକୁ ଦେଖି ଛାନିଆ । ଅପରେସନ ସିନ୍ଦୂର’ରେ ଭାରତ ନିଜର ଦମ ଦେଖାଇଥିଲା । ସଫା ହୋଇଥିଲା ଆତଙ୍କୀ ଅଡ୍ଡା । ପାକିସ୍ତାନକୁ ସାବାଡ୍ କରି ଦେଇଥିଲା। ସେହି ଆକ୍ରମଣର ଭୟ ପାକିସ୍ତାନର ମନରୁ ଏବେବି ଯାଏଁ ଲିଭିନି। ଭାରତକୁ ଭୟ କରି ନିଜ ସୁରକ୍ଷା କେମିତି କରିପାରିବ ସେ ବିଷୟରେ ଖାଲି ଭିବିଚାଲିଛି । ବର୍ତ୍ତମାନ ସେ ଏଲଓସି ନିକଟରେ ଆଣ୍ଟି ଡ୍ରୋନ୍ ସିଷ୍ଟମର ମୁତୟନକୁ ବୃଦ୍ଧି କରି ଦେଇଛି, ଯାହାଫଳରେ ଭାରତ ଆଉ ଥରେ କିଛି ଏପରି ଆକ୍ରମଣ କଲେ , ତାକୁ ଭାବିବାକୁ କିଛି ସମୟ ମିଳି ପାରିବ। ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଚାଇନା ଆଣ୍ଟି ଡ୍ରୋନ୍ ସିଷ୍ଟମ ପୂରା କାମ କରି ନଥିଲା ଏବଂ ଭାରତ ଯେଉଁଠି ଚାହୁଁ ଥିଲା , ସେଠାରେ ଆକ୍ରମଣ କରିଥିଲା ।
ଭାରତକୁ ଡ଼ରି ସୀମାରେ ଆଣ୍ଟି –ଡ୍ରୋନ୍ ସିଷ୍ଟମ ଲଗାଇଲା ପାକିସ୍ତାନ






