ଓଡ଼ିଶା

ABVPର ୫୦ ତମ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଉରକେଲା : ରାଉରକେଲାରେ ଆୟୋଜିତ ୫୦ ତମ ABVP ର ରାଜ୍ୟ ସମାବେଶରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ହଜାର ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କଲେ କେନ୍ଦ୍ରମନ୍ତ୍ରୀ ।  ରାଉରକେଲା ସେକ୍ଟର ୬ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଏହି ୫୦ ତମ ସମାବେଶ ଆୟୋଜିତ ହୋଇଯାଇଛି ।  ଦେଶରେ ଯୁବ ଏବଂ ଛାତ୍ରଛାତ୍ରୀଙ୍କ ଯୋଗଦାନ ଏବଂ ଦେଶ ସହ ଉତ୍କୃଷ୍ଟ ଭାରତ ଗଠନରେ ଦେଶର ଯୁବ ପିଢ଼ିର ଦାୟିତ୍ବକୁ ସ୍ୱାଗତ କରିଥିଲେ ।  ବର୍ତ୍ତମାନ ଯୁବ ପିଢ଼ି ଯେଉଁଭଳି ଭାବରେ ଦେଶକୁ ଉନ୍ନତି କରିବାରେ ଆଗେଇ ଚାଲିଛନ୍ତି ତେଣୁ ଦେଶକୁ ବିକଶିତ ହେବାରୁ ଆଉ କେହି ରୋକି ପାରିବେ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।  ଯେଉଁଭଳି ଭାବରେ ABVP ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପଦକ୍ଷେପରେ ନେତୃତ୍ୱ ନେଇଛି ତାହା ସ୍ୱାଗତଯୋଗ୍ୟ ବୋଲି ଅଭିଭାଷଣ ରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL