ଓଡ଼ିଶା

ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା, ଖୋଲିଲା ଶିଖରଚଣ୍ଡୀ ପୀଠ

ବାରଙ୍ଗ : ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା । ଲୋକଙ୍କ ପାଇଁ ଖୋଲିଲା ଶିଖରଚଣ୍ଡୀ । ଗତକାଲି ରାତିରେ ବନ କର୍ମଚାରୀଙ୍କ ଉଦ୍ୟମରେ ହାତୀ ଦୁଇଟିଙ୍କୁ ଘଉଡ଼ାଇବାରେ ସଫଳ ହୋଇଛନ୍ତି । ୬ ଦିନ ହେବ ଶିଖରଚଣ୍ଡୀ ପାହାଡ଼ ଉପରେ ଆଡ୍ଡା ଜମାଇଥିଲେ ଦୁଇ ଟସ୍କର ବା ବଡ଼ ଦନ୍ତାହାତୀ । ହାତୀ ଦୁଇଟି ପୁଣି ଭରତପୁର ରିଜର୍ଭ ଜଙ୍ଗଲ ମଧ୍ୟକୁ ଫେରିଯାଇଛନ୍ତି । ଦନ୍ତାହାତୀଙ୍କୁ ନେଇ ଭୟଭୀତ ହୋଇପଡ଼ିଥିଲେ ଅଞ୍ଚଳବାସୀ । ଗତ ଶନିବାର ଠାରୁ ପାହାଡ଼ ଉପରକୁ ପ୍ରବେଶ ଉପରେ ଅଙ୍କୁଶ ଲଗାଯାଇଥିଲା । ହାତୀ ଦୁଇଟି ଫେରିଗଲା ପରେ ଆଜି ପୁଣି ଫାଟକ ଖୋଲାଗଲା । ହାତୀ ଘଉଡାଇବାରେ ପାଖାପାଖି ୨୭ ଜଣ ବନ କର୍ମଚାରୀ ଟିମରେ ନିୟୋଜିତ ଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL