ଓଡ଼ିଶା ଭୁବନେଶ୍ୱର ରାଜ୍ୟର ପ୍ରମୁଖ ସହର

ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଉପରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ୨୬/୧୨ : ପ୍ରତ୍ୟେକ ଶ୍ରମିକଙ୍କର ସାମାଜିକ ସୁରକ୍ଷା ହେଉଛି ଅଧିକାର । ଏଥିପାଇଁ ପ୍ରତ୍ୟେକ ଶ୍ରମିକ ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ଓ ଆଇନ୍ ବାବଦରେ ଜାଣିବା ଜରୁରୀ ବୋଲି ସ୍ଥାନୀୟ ରେଡକ୍ରସ୍ ଭବନ ଠାରେ ଆକ୍ସନ୍‌ଏଡ୍ ଆସୋସିଏସନ୍ ଓ ସିସିଡବ୍ଲୁଡିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ଶ୍ରମିକ ସଚେତନତା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି । ମୁଖ୍ୟ ଅତିଥି ଭାବରେ ଦତୋପନ୍ତ ଥେଙ୍ଗାଡି ରାଷ୍ଟ୍ରୀୟ ଶ୍ରମିକ ଶିକ୍ଷା କଲ୍ୟାଣ ବୋର୍ଡର ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ଧର୍ମେନ୍ଦ୍ର ମିଶ୍ର ଯୋଗଦାନ କରି ଅଣସଂଗଠିତ ଶ୍ରମିକଙ୍କ ସାମାଜିକ ନିରାପତ୍ତା ଉପରେ ଅଭିଭାଷଣ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ଟ୍ରେଡ୍ ୟୁନିୟନ ଲିଡର ମହେନ୍ଦ୍ର ପରିଡା ଯୋଗଦାନ କରି ଶ୍ରମିକଙ୍କ ଅଧିକାର ଉପରେ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥିଭାବରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଲୟର ନବୀନ୍ ମହାପାତ୍ର ଶ୍ରମିକମାନଙ୍କ ସୁରକ୍ଷା ନିମନ୍ତେ ବିଭିନ୍ନ ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ପତ୍ରକାର ସୁଦର୍ଶନ ଛୋଟରାୟ ଶ୍ରମିକମାନଙ୍କ ବିକାଶ ପାଇଁ ନିଜର ଅଧିକାରକୁ ଜାଣିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ କେନ୍ଦ୍ର ସଂଚାଳକ ସଦାଶିବ ସ୍ୱାଇଁ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଶିବ ସାହୁ ପ୍ରଦାନ କରିଥିବା ବେଳେ ସ୍ନିଗ୍‌ଧା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL