ସମ୍ବଲପୁରରୁ ହରିହର ନାଥଙ୍କ ରିପୋର୍ଟ
ହୀରାକୁଦ ନଦୀବନ୍ଧ ଯୋଜନା ରେ ଜଳମଗ୍ନ ହୋଇ ଥିବା ୨୯୪ଟି ରାଜସ୍ବ ଗ୍ରାମ ଗୁଡିକ ରେ ଥିବା ଅନେକ ଦେବାଦେବୀଙ୍କ ମନ୍ଦିର ଜଳମଗ୍ନ ହୋଇଥିଲା। ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ପରିବାର ବର୍ଗ ଙ୍କ ଥଇଥାନ ପାଇଁ ସରକାର ଯେପରି ଦୃଢ ପ୍ରତିଶ୍ରୁତି ଦେଇଥିଲେ ଠିକ୍ ସେହିପରି ଜଳମଗ୍ନ ଦେବାଦେବୀଙ୍କ ମଧ୍ଯ ଉପଯୁକ୍ତ ଥଇଥାନ ପୂଜାବିଧି ଯାନିଯାତ୍ରା ଆଦି ର ବନ୍ଦୋବସ୍ତ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ତେବେ ପରିତାପ ର ବିଷୟ ଯେ ହୀରାକୁଦ ନଦୀବନ୍ଧ ଯୋଜନା କାର୍ଯ୍ଯକ୍ଷମ ହେବାର ୭ଦଶନ୍ଧି ବିତିବାକୁ ବସିଲାଣି। ନଦୀବନ୍ଧ ରେ କେତେ ପାଣି ଆସି ନିଷ୍କାସିତ ହୋଇ ସାରିଲାଣି। କିନ୍ତୁ ପରିତାପର ର ବିଷୟ ଯେ ବହୁମୁଖୀ ବିକାଶ ର ଉତ୍ସ କୁହାଯାଉଥିବା ନଦୀବନ୍ଧ ଯୋଜନା ରେ ବିସ୍ଥାପିତ ହୋଇଥିବା ଅନେକ ଦେବାଦେବୀ ଏବେ ବି ଅବହେଳିତ ହୋଇ ରହିଛନ୍ତି। ଦେବୋତ୍ତର କମିଶନର ଅଧିନ ରେ ଥିବା ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ଲପଙ୍ଗା ଗ୍ରାମର ୪ଶହ ବର୍ଷ ପୁରାତନ ପ୍ରସିଦ୍ଧ ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ ଅଟେ। ଉଭୟ ମନ୍ଦିର ଟ୍ରଷ୍ଟ ବୋର୍ଡ ର ଅବଧି ଗତ ୭ବର୍ଷ ହେଲା ସରିଯାଇଛି। କିନ୍ତୁ ନୂତନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଉ ନାହିଁ । ଗ୍ରାମବାସୀ ଅସଂଖ୍ଯ ଥର ବିଭାଗୀୟ କର୍ତ୍ତୃପକ୍ଷ,ନେତା ମନ୍ତ୍ରୀ,ବିଧାୟକ ଙ୍କୁ ଏଥି ପାଇଁ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ ବି କୌଣସି ସୁଫଳ ମିଳୁନାହିଁ। ଦେବୋତ୍ତର କମିଶନର ୨୦୨୨ ମସିହା ଅପ୍ରେଲ ୨୫ ତାରିଖ ଦିନ ଲ’ କମିଶନ କୁ ସୁପାରିଶ କରିଥିଲେ। ଜଗନ୍ନାଥ ମନ୍ଦିର ର କେସ୍ ନମ୍ବର ୩୫୪/୨ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ବ୍ଲକ ର ଲପଙ୍ଗା ଗ୍ରାମର ୪ଶହ ବର୍ଷ ପୁରାତନ ପ୍ରସିଦ୍ଧ ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ ଦେବୋତ୍ତର କମିଶନର ୨୦୨୨ ମସିହା ଅପ୍ରେଲ ୨୫ ତାରିଖ ଦିନ ଲ’ କମିଶନ କୁ ସୁପାରିଶ କରିଥିଲେ। ଜଗନ୍ନାଥ ମନ୍ଦିର ର କେସ୍ ନମ୍ବର ୩୫୪/୨୫।୪।୨୦୨୨ ଏବଂ ଶିବ ମନ୍ଦିର କେସ୍ ନମ୍ବର ୩୬୧/୨୫।୪।୨୦୨୨ ଫାଇଲ ଲ’ କମିଶନ ପାଖରେ ଗତ ୪ବର୍ଷ ହେଲା ପଡି ଖତ ଖାଉଛି ବୋଲି ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଏସଡିସିସି ବ୍ୟାଙ୍କ୍ ନିର୍ଦ୍ଦେଶକ କିରଣ ବେହେରା ଅଭିଯୋଗ କରିଛନ୍ତି। କମିଶନ ଏହାକୁ ଅନୁମୋଦନ କରୁ ନଥିବାରୁ ଟ୍ରଷ୍ଟ ବୋର୍ଡ ଗଠନ ହୋଇପାରୁନାହିଁ। ଫଳ ରେ ମହାପ୍ରଭୁଙ୍କ ମନ୍ଦିର ପରିଚାଳନା ଏବଂ ଯାନି ଯାତ୍ରା ପର୍ବ ପର୍ବାଣୀ ଆୟୋଜନ ରେ ସମସ୍ଯା ଦେଖାଦେଉଛି। ଟ୍ରଷ୍ଟ ବୋର୍ଡ ଗଠନ ହେଉ ନଥିବାରୁ ଦେବୋତ୍ତର ବିଭାଗ ଏବଂ ଅନ୍ଯାନ୍ଯ କୌଣସି ସରକାରୀ ଅନୁଦାନ ମିଳୁନାହିଁ। ଶ୍ରୀ ବେହେରା ଙ୍କ ଅଭିଯୋଗ ରୁ ପ୍ରକାଶ ଯେ ଗତ ପ୍ରାୟ ୭/୮ବର୍ଷ ହେଲା ଲପଙ୍ଗା ର ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଟ୍ରଷ୍ଟ ବୋର୍ଡ ର ୨ବର୍ଷିଆ ଅବଧି ଶେଷ ହୋଇଥିଲେ ମଧ୍ଯ ନୂତନ ଟ୍ରଷ୍ଟ ବୋର୍ଡ ଗଠନ ହୋଇନାହିଁ। ଦୁଇ ଦଶନ୍ଧି ପୂର୍ବେ ଟ୍ରଷ୍ଟ ବୋର୍ଡ ଗଠନ ଦେବୋତ୍ତର କମିଶନର ଙ୍କ କ୍ଷମତା ପରିସରଭୁକ୍ତ ଥିଲା। ଲ’ କମିଶନ ର କୌଣସି ଭୂମିକା ନଥିଲା । କିନ୍ତୁ ଆଇନ ରେ ପରିବର୍ତ୍ତନ କରାଯାଇ ଲ’କମିଶନ ର ବିନା ଅନୁମୋଦନ ରେ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇ ପାରିବ ନାହିଁ ବୋଲି ନିୟମ କରାଗଲା ପରେ ଏଭଲି ଅଚଳାବସ୍ଥା ଦେଖାଦେଇଛି । ଗ୍ରାମାଞ୍ଚଳ ର ଲୋକେ ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କାମ ଧନ୍ଦା ଛାଡି ଲ’କମିଶନ ପାଖକୁ ଧାଁଦଉଡ କରିବା ଅସମ୍ଭବ ହେଉଥିବା ବେଳେ ଦେବୋତ୍ତର କମିଶନର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କରିଥିବା ସୁପାରିଶ ଫାଇଲ୍ ବର୍ଷ ବର୍ଷ ଧରି ଲ’କମିଶନ ଦପ୍ତର ରେ ଅନୁମୋଦନ ହେଉ ନାହିଁ। ଆଇନ୍ ର ଆଡକାଠ ଯୋଗୁଁ ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅଞ୍ଚଳ ରେ ଦେବୋତ୍ତର ବିଭାଗ ଅଧିନ ରେ ଥିବା ଅନେକ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ହୋଇ ପାରି ନାହିଁ। ରାଜ୍ଯ ସରକାର ଏଥିରେ ହସ୍ତକ୍ଷେପ କରି ଅଚଳାବସ୍ଥା ଦୂର କରିବା ଦିଗରେ ଆଶୁ ପଦକ୍ଷେପ ନେବାକୁ ଶ୍ରୀ ବେହେରା ଦାବୀ କରାଛନ୍ତି। ଏହା ବ୍ୟତୀତ ଆଇନ୍ ର ପରିବର୍ତ୍ତନ କରି ପୂର୍ବ ଭଲି ଟ୍ରଷ୍ଟ ବୋର୍ଡ ଗଠନ ର କ୍ଷମତା ଦେବୋତ୍ତର କମିଶନର ଙ୍କୁ ଦିଆଯାଉ ଏବଂ ଟ୍ରଷ୍ଟ ବୋର୍ଡ ର କାର୍ଯ୍ୟକାଳ ୫ବର୍ଷ ରଖାଯାଉ ବୋଲି ଦାବୀ କରିଛନ୍ତି।
ଉଲ୍ଲେଖ ଯୋଗ୍ଯ ଯେ ହୀରାକୁଦ ନଦୀବନ୍ଧ ଯୋଜନା ରେ ଲପଙ୍ଗା ଗ୍ରାମ ର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିର ଜଳମଗ୍ନ ହେବା ସହ ଜମି ମଧ୍ଯ ଜଳମଗ୍ନ ହୋଇଥିଲା। ଜଳଭଣ୍ଡାର ଭିତରେ ଜଳସମାଧି ନେଇଥିବା ୧୦୮ ଉଭା ଶିବ ଲିଙ୍ଗ ଦର୍ଶନ ଓ ପୂଜା ଅର୍ଚ୍ଚନା ପାଇଁ ଜଳଭଣ୍ଡାର ର ପାଣି ଶୁଖିଗଲା ପରେ ଅସଂଖ୍ଯ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଥାଏ। ସରକାରୀ ତହବିଲ୍ ଉଭୟ ମନ୍ଦିର ର ଜମି ବାବଦ ଟଙ୍କା ଜମା ରହିଛି। ଉଭୟ ମନ୍ଦିର ଦେବୋତ୍ତର କମିଶନର ଅଧିନ ରେ ଥିବା ସତ୍ବେ ଟ୍ରଷ୍ଟ ବୋର୍ଡ ଗଠନ ରେ ଅହେତୁକ ବିଳମ୍ବ ଜନସାଧାରଣ ରେ ତୀବ୍ର ଅସନ୍ତୋଷ ସୃଷ୍ଟି କରୁଛି।
ମତ ଓ ମନ୍ତବ୍ଯ- ଦେବୋତ୍ତର ବିଭାଗ ଡିଭିଜନାଲ୍ ଇନ୍ସପେକ୍ଟର ଦକ୍ଷିଣ ମାରାଣ୍ଡି ଙ୍କୁ ପଚରାଯିବାରୁ ଲପଙ୍ଗା ଶିବ ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ର ଟ୍ରଷ୍ଟ ବୋର୍ଡ ଗଠନ ପାଇଁ କମିଟୀ ସଭ୍ଯ ଙ୍କ ତାଳିକା ପଠାଇବାକୁ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ଠାରୁ ନିର୍ଦ୍ଦେଶ ଆସିଛି। ଶୀଘ୍ର ଉକ୍ତ ଗ୍ରାମ କୁ ଯାଇ କମିଟୀ ଗଠନ କରାଯାଇ ଅନୁମୋଦନ ପାଇଁ ପଠାଯିବ ବୋଲି ଉତ୍ତର ରଖିଥିଲେ।
ଏହି ପରିପ୍ରେକ୍ଷୀ ରେ ଇନ୍ସପେକ୍ଟର ଙ୍କ କଥାରୁ ଯାହା ଅନୁମାନ ହେଉଛି ୨୦୨୨ ମସିହା ରେ ପଠାଯାଇଥିବା କମିଟୀ ତାଲିକା ବୋଧହୁଏ ଖାରଜ ହୋଇଯାଇଛି ।








