ଓଡ଼ିଶା

ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟିର ମାରିଜୁଆନା ଜବତ

ଭୁବନେଶ୍ବର : ନୂଆବର୍ଷ ପୂର୍ବରୁ କଷ୍ଟମ ବିଭାଗକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ବର ବିମାନ ବନ୍ଦରରୁ ଚାଲାଣ ସମୟରେ ୪କୋଟି ଟଙ୍କାର ମାରିଜୁଆନା ଜବତ ।ଭୁବନେଶ୍ବର ସହରକୁ ନିଶା ଚାଲାଣ ସମୟରେ ଧରିଲା କଷ୍ଟମ ବିଭାଗ । ବିମାନରେ ଜଣେ ଯାତ୍ରୀ ମାରିଜୁଆନା ଆଣିଥିବା ବେଳେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ସମସ୍ତ ମାରିଜୁଆନା ଜବତ କରିଛି । ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗରୁ ମାରିଜୁଆନା ଜବତ କରାଯାଇଛି । ଜବତ ମାରିଜୁଆନାର ମୂଲ୍ୟ ୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଥାଇଲାଣ୍ଡରୁ ଏହି ମାରିଜୁଆନା ଭୁବନେଶ୍ବର ଆସୁଥିବା ସୂଚନା ରହିଛି । ଆଗକୁ ନୂଆବର୍ଷ ଥିବାରୁ ଏହି ମାରିଜୁଆନା ସହରକୁ ଆସିଥିବା ସନ୍ଦେହ କରାଯାଉଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL