ଭୁବନେଶ୍ୱର: ମାସିକ ୧୫୦୦ ଟଙ୍କା ପାଇବେ ତୃତୀୟଲିଙ୍ଗୀ ଶିଶୁଙ୍କ ଅଭିଭାବକ। ‘ସ୍ବୀକୃତି’ ଯୋଜନାରେ ଜାରି ହେଲା ନିର୍ଦ୍ଦେଶାବଳୀ। ତୃତୀୟଲିଙ୍ଗୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କ ଅଧିକାରର ସୁରକ୍ଷା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ‘ସ୍ବୀକୃତି’ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା କିଭଳି କାର୍ଯ୍ୟକାରୀ ହେବ ସେଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହାର ନିର୍ଦ୍ଦେଶାବାଳୀ ଜାରି ହୋଇଛି।
ଏଥିପାଇଁ ଶିଶୁଙ୍କ ପରିବାରକୁ ସ୍ବୀକୃତି ପୋର୍ଟାଲରେ ଆବଶ୍ୟକ କାଗଜପତ୍ର ଦାଖଲ କରିବାକୁ ହେବ। ଶିଶୁଟି ୧୮ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ଦିଆଯିବ। ତୃତୀୟଲିଙ୍ଗୀଙ୍କୁ ଉଭୟ ବାଳକ ଓ ବାଳିକା ହଷ୍ଟେଲରେ ସ୍ଥାନ ମିଳିବାରେ ସମସ୍ୟା ହୋଇଥାଏ। ଏହାର ସମାଧାନ ପାଇଁ କଲେଜ, ବିଶ୍ବବିଦ୍ୟାଳୟ ହଷ୍ଟେଲରେ ପରିବର୍ତ୍ତନ କରିବେ ନଚେତ ନୂଆ ହଷ୍ଟେଲ ନିର୍ମାଣ କରିବେ।









