ଓଡ଼ିଶା

ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଆଠଗଡ: ହୋଟେଲ ପଛରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ।  ଆଠଗଡ ତାରିଣୀ ଛକରେ ଏକ ହୋଟେଲର ଜଣେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହୋଟେଲ ପଛ ପଟେ ରହୁଥିବା ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ।  ମୃତ ଯୁବତୀ କର୍ମଚାରୀ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।  ଆଠଗଡ଼ ଅଂଚଳର ଏକ ନାମୀ ହୋଟେଲରେ କାର୍ଯ୍ୟରତ ଥିଲେ । ସେ ଏହି ହୋଟେଲରେ କିଛି ମାସ ଧରି ସେଲ୍ସେ ମ୍ୟାନ ଭାବେ କାର୍ଯ୍ୟ କରୁଥିଲେ ।  ସେ ଜୀବନ ହାରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛନ୍ତି ତାକୁ ନେଇ ସନ୍ଦେହ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଆଠଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL