ଓଡ଼ିଶା

ଅଶୋକ ସ୍ତମ୍ଭକୁ ଘେରି ରହିଥିବା ହୋର୍ଡିଂ ହଟାଇଲା ବିଏମସି

ଭୁବନେଶ୍ୱର: ଗୁରୁବାର ବିଳମ୍ବିତ ରାତିରେ ଓଡ଼ିଶାର ରାଜଧାନୀ କଟକ ରୋଡ୍-ସତ୍ୟନଗର ଓଭରବ୍ରିଜ୍ ଜଙ୍କସନ୍‌ରେ ନୂତନ ବର୍ଷର ଶୁଭେଚ୍ଛା ଲେଖାଥିବା ଅନେକ ରାଜନୈତିକ ହୋର୍ଡିଂକୁ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ହଟାଇ ଦେଇଛି। ଏହି ହୋର୍ଡିଂଗୁଡ଼ିକ ଭାରତର ଜାତୀୟ ପ୍ରତୀକ ଅଶୋକ ସ୍ତମ୍ଭକୁ ଲୁଚାଇ ଦେଉଥିବା ଅଭିଯୋଗ ହୋଇଥିଲା। ସେବାରତ ଏବଂ ଅବସରପ୍ରାପ୍ତ ପ୍ରତିରକ୍ଷା କର୍ମଚାରୀଙ୍କ ବିରୋଧ ପରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (BMC) ପକ୍ଷରୁ ଏହି ବ୍ୟାନରକୁ ହଟାଇ ଦିଆଯାଇଛି।

ସୂଚନା ଅନୁଯାୟୀ, ବିଭିନ୍ନ ରାଜନୈତିକ ନେତା ଏବଂ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଲଗାଯାଇଥିବା ନୂତନ ବର୍ଷର ଶୁଭେଚ୍ଛା ବ୍ୟାନରଗୁଡ଼ିକ ସ୍ତମ୍ଭକୁ ଘେରି ରହିଥିଲା । ଫଳରେ ଅଶୋକ ସ୍ତମ୍ଭ ସମ୍ପୂର୍ଣ୍ଣ ଭାବରେ ଘୋଡ଼ାଇ ହୋଇ ରହିଥିଲା। ଜାତୀୟ ଚିହ୍ନଟି ସମ୍ପୂର୍ଣ୍ଣ ଭାବେ ଲୁଚି ଯାଇଥିଲା। ଯାହା ଗଭୀର କ୍ଷୋଭ ଓ ଚିନ୍ତାର ବିଷୟ ଭାବି ଥାନାରେ ଅଭିଯୋଗ ହୋଇଥିଲା।

ଅଶୋକ ସ୍ତମ୍ଭ କେବଳ ଗୋଟିଏ ଭାସ୍କର୍ଯ୍ୟ ନୁହେଁ, ଏହା ଭାରତର ସଂବିଧାନ, ସାର୍ବଭୌମତ୍ୱ, ଆଇନର ଶାସନ ଓ ଜାତୀୟ ଗରିମାର ପ୍ରତୀକ। ଏପରି ଏକ ପବିତ୍ର ଓ ଗରିମାମୟ ଜାତୀୟ ଚିହ୍ନକୁ ରାଜନୈତିକ ପ୍ରଚାରର ବ୍ୟାନର – ପୋଷ୍ଟର ଦ୍ୱାରା ଢାଙ୍କି ଦେବା ଦୁଃଖଦ ଓ ଅଶୋଭନୀୟ। ଏହା କେବଳ ଜାତୀୟ ମର୍ଯ୍ୟାଦାର ଅବମାନନା ନୁହେଁ ବରଂ ଜନସାଧାରଣଙ୍କ ମନରେ ଭୁଲ୍ ସନ୍ଦେଶ ପ୍ରେରଣ କରୁଛି। ରାଜନୈତିକ ଦଳ ଓ ନେତାମାନେ ଲୋକତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ସହିତ ଜାତୀୟ ପ୍ରତୀକମାନଙ୍କର ମର୍ଯ୍ୟାଦା ରକ୍ଷା କରିବା ତାଙ୍କର ନୈତିକ ଦାୟିତ୍ୱ ବୋଲି କିଛି ବରିଷ୍ଠ ନାଗରିକ କହିଥିଲେ। ତେବେ ଏହି ଘଟଣାରେ wBMC ମେୟର ସୁଲୋଚନା ଦାସଙ୍କୁ ଭେଟି ବ୍ୟାନରଗୁଡ଼ିକୁ ତୁରନ୍ତ ହଟାଇବା ଏବଂ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ କଠୋର ନିର୍ଦ୍ଦେଶାବଳୀ ଜାରି କରିବାକୁ ଦାବି କରାଯଆଇଥିଲା।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL