ଜାତୀୟ

ଇନ୍ଦୋରରେ ଉଗ୍ର ରୂପ ନେଲା ଦୂଷିତ ପାଣି ସମସ୍ୟା : ୫୦୦ରୁ ଅଧିକଙ୍କୁ ଝାଡ଼ାବାନ୍ତି, ଆଇସିୟୁରେ ୩୨ ଜଣ

ଇନ୍ଦୋର : ମଧ୍ୟପ୍ରଦେଶ ଇନ୍ଦୋରର ଭାଗିରଥପୁର ଅଞ୍ଚଳରେ ସଂକ୍ରମିତ ଜଳ ସଙ୍କଟ ଭୟଙ୍କର ରୂପ ନେଇଛି । ଦୂଷିତ ପାଣି ପିଇ ଅଞ୍ଚଳରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୫୦୦ରୁ ଅଧିକ ଲୋକଙ୍କ ବାନ୍ତି ଏବଂ ଝାଡା ହେଉଥିବା ବେଳେ ୨୦୦ ଲୋକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ୩୨ ଜଣ ଆଇସିୟୁରେ ଜୀବନ ସହିତ ଲଢୁଛନ୍ତି ।

ଖବର ମୁତାବକ, ଗୁରୁବାର ଦିନ ଭାଗିରଥିପୁରର ୧୭୧୪ ଘରକୁ ଯାଇ ଯାଞ୍ଚ କରାଯାଇଥିଲା । ୮୬୭୧ ଲୋକଙ୍କୁ ଯାଂଚ ପାଇଁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୩୩୮ ଜଣ ଝାଡା ବାନ୍ତି ଲକ୍ଷଣ ଥିବା ଜଣାପଡିଥିଲା । ଏମାନଙ୍କୁ ଉପଚାର କରାଯାଇ ସମସ୍ତଙ୍କ ଉପରେ ଧ୍ୟାନ ରଖାଯାଇଛି ।

ସହରର ମୁଖ୍ୟ ଚିକିତ୍ସା ଅଧିକାରୀ ମାଧବ ପ୍ରସାଦ ହସାନୀ କହିଛନ୍ତି ଯେ, ପାଣିକୁ ନେଇ ଲ୍ୟାବରେ ପରୀକ୍ଷଣ କରାଯାଇଥିଲା । ପାଇପରେ କିଛି ଫାଟ ଥିବାରୁ ଏଥିରେ ନାଳ ନର୍ଦ୍ଦମା ପାଣି ମିଶିଯାଇଥିଲା । ଏକ ଥାନା ପାଖ ଦେଇ ଯାଇଥିବା ପାଣି ପାଇପରେ ଫାଟ ଦେଖିବାକୁ ମିଳିଛି । ଏହା ପାଖରେ ସ୍ୱରେଜ୍ ଏବଂ ନର୍ଦ୍ଦମା ଥିବାରୁ ତାହାର ଦୂଷିତ ଜଳ ପାଣି ପାଇପରେ ପ୍ରବାହିତ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL