ଓଡ଼ିଶା

ଦିନ ୧୧ଟା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

ଚିଲିକା : ଚିଲିକାରେ ଦିନ ୧୧ଟା ଯାଏ ଡଙ୍ଗା ଚଳାଚଳ ବନ୍ଦ । ପ୍ରବଳ କୁହୁଡ଼ି ଯୋଗୁ କଟକଣା ଲଗାଇଲେ ପୁରୀ ଜିଲ୍ଲାପାଳ । ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି। ବାରମ୍ବାର ଦୁର୍ଘଟଣା ଘଟୁଥିବା ଯୋଗୁ ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ପୋଲିସ ଓ ସ୍ଥାନୀୟ ପ୍ରଶାସନ କଡ଼ା ନଜର ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥାନୀୟ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ସଚେତନ କରିବେ ବିଡ଼ିଓ । କଟକଣାକୁ ନମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଗତକାଲି ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL