ଭୁବନେଶ୍ୱର: ନୂଆବର୍ଷରେ ବଦଳିଲା ଟ୍ରେନ୍ର ସମୟ ସାରଣୀ। ୨୦୨୬ ଜାନୁଆରୀ ୧ରୁ ନୂତନ ସମୟ ସାରଣୀ ଜାରି କରିଛି ପୂର୍ବ ତଟ ରେଳପଥ। ସଂଶୋଧିତ ସମୟସାରଣୀରେ ନୂତନ ଟ୍ରେନ ପ୍ରଚଳନ, ବିଦ୍ୟମାନ ସେବାର ସମ୍ପ୍ରସାରଣ, ଟ୍ରେନ ଚଳାଚଳର ଫ୍ରିକ୍ୱେନ୍ସି ବୃଦ୍ଧି, ଅତିରିକ୍ତ ଷ୍ଟପେଜ୍, ଟ୍ରେନର ଗତି ବୃଦ୍ଧି ଏବଂ କାର୍ଯ୍ୟକ୍ଷମତା ଏବଂ ଯାତ୍ରୀ ସୁବିଧାକୁ ଉନ୍ନତ କରିବା ପାଇଁ ସମୟସାରଣୀର ପରିବର୍ତ୍ତନ ସମେତ ଅନେକ ଯାତ୍ରୀ ଅନୁକୂଳ ପଦକ୍ଷେପ ଅନ୍ତର୍ଭୁକ୍ତ କରାଯାଇଛି। ନୂତନ ସମୟସାରଣୀ ପରବର୍ତ୍ତୀ ସମୟସାରଣୀ ପ୍ରକାଶନ ପର୍ଯ୍ୟନ୍ତ ବୈଧ ରହିବ।
ନୂତନ ସମୟସାରଣୀର ପ୍ରମୁଖ ମୁଖ୍ୟାଂଶଗୁଡ଼ିକ ନିମ୍ନରେ ଦିଆଯାଇଛି
ନୂତନ ଟ୍ରେନର ଚଳାଚଳ (୦୬ ଗୋଟି ଟ୍ରେନ୍ / ୦୩ ଯୋଡ଼ା)
* 19021 / 19022 ଉଧନା-ବ୍ରହ୍ମପୁର-ଉଧନା (ସାପ୍ତାହିକ)
* 18311 / 18312 ସମ୍ବଲପୁର-ବୌଦ୍ଧ-ସମ୍ବଲପୁର (ସାପ୍ତାହିକ)
* 18313 / 18314 ବୌଦ୍ଧ-ଭୁବନେଶ୍ୱର ନୂଆ -ବୌଦ୍ଧ (ସାପ୍ତାହିକ)
ଟ୍ରେନ ସେବାର ସମ୍ପ୍ରସାରଣ (୧୪ ଟ୍ରେନ୍ / ୦୭ ଯୋଡ଼ା)
* 12871 / 12872 ହାଓଡ଼ା-ଟିଟଲାଗଡ଼-ହାଓଡ଼ା ଏକ୍ସପ୍ରେସ ଜୁନାଗଡ଼ ରୋଡ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ ହେବ, ଏହା ଖୁବ୍ ଶୀଘ୍ର ସୂଚିତ କରାଯିବ।
* 58305 / 58306 / 58307/ 58308 ବଲାଙ୍ଗିର-ସୋନପୁର-ବଲାଙ୍ଗିର ଯାତ୍ରୀ ସେବା ପୁରାଣକଟାକ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।
* 12893/129894 ଭୁବନେଶ୍ୱର – ସୋନପୁର-ଭୁବନେଶ୍ୱର ସେବା ପୁରାଣକଟକ ପର୍ଯ୍ୟନ୍ତ ସମ୍ପ୍ରସାରିତ।
* 22819/22820 ବିଶାଖାପାଟନମ୍ – ଭୁବନେଶ୍ୱର-ବିଶାଖାପାଟନମ୍ ଭୁବନେଶ୍ୱର ନୂଆ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।
* 17015/17016 ଭୁବନେଶ୍ୱର-ସିକନ୍ଦରାବାଦ -ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ଭୁବନେଶ୍ୱର ନୂଆ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।
* 11019/12020 ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍-ଭୁବନେଶ୍ୱର- ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ କୋଣାର୍କ ଏକ୍ସପ୍ରେସ ଭୁବନେଶ୍ୱର ନୂଆ ଷ୍ଟେସନ ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି।
ଟ୍ରେନ ଚଳାଚଳରେ ବୃଦ୍ଧି
* 19021/1902 ଉଧନା – ବ୍ରହ୍ମପୁର-ଉଧନା ଅମୃତ ଭାରତ ଏକ୍ସପ୍ରେସ ସାପ୍ତାହିକରୁ ବୃଦ୍ଧି କରାଯାଇ ସପ୍ତାହକୁ ତିନି ଦିନ କରାଯାଇଛି।
ଟ୍ରେନ ଚଳାଚଳ ଦିନରେ ପରିବର୍ତ୍ତନ:
* 20707/ 20708 ସିକନ୍ଦରାବାଦ – ବିଶାଖାପାଟନମ୍ – ସିକନ୍ଦରାବାଦ ବନ୍ଦେ ଭାରତ ବର୍ତ୍ତମାନ ସୋମବାର ବ୍ୟତୀତ ସମସ୍ତ ସପ୍ତାହ ଦିବସରେ ଚଳାଚଳ କରିବ।
* 20835 / 20836 ରାଉରକେଲା – ପୁରୀ-ରାଉରକେଲା ବନ୍ଦେ ଭାରତ ମଙ୍ଗଳବାର ବ୍ୟତୀତ ସମସ୍ତ ସପ୍ତାହ ଦିବସରେ ଚଳାଚଳ କରିବ।








