ଓଡ଼ିଶା

ରେକର୍ଡ ଭାଙ୍ଗିଲା ଓଡ଼ିଶା: ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର

ଭୁବନେଶ୍ବର: ପ୍ରଦୂଷଣରେ ରେକର୍ଡ ଭାଙ୍ଗିଲା ଓଡ଼ିଶା । ଲଗାତାର ଦୁଇ ଦିନ ହେଲା ଓଡ଼ିଶାର ତାଳଚେର ଓ ଅନୁଗୁଳ ସବୁଠୁ ଅଧିକ ପ୍ରଦୂଷିତ ସହର ପାଲଟିଛି । ଆଜି ସକାଳ ୮ଟା ସୁଦ୍ଧା ୩୦୦ରୁ ଅଧିକ ଏକ୍ୟୁଆଇ ସହ ବାୟୁର ମାନ ଅତି ଖରାପ ସ୍ତରରେ ଥିବା ଦେଶର ୫ସହର ମଧ୍ୟରେ ରହିଛନ୍ତି ଓଡ଼ିଶାର ୪ଟି ସହର ରହିଛି । ୩୫୫ଏକ୍ୟୁଆଇ ସହ ଆଜି ମଧ୍ୟ ତାଳଚେର ଦେଶର ସବୁଠୁ ଅଧିକ ପ୍ରଦୂଷିତ ସହର ହୋଇଥିବା ବେଳେ ୩୨୮ ଏକ୍ୟୁଆଇ ସହ ଅନୁଗୁଳ ଦ୍ୱିତୀୟ, ୩୨୨ ଏକ୍ୟୁଆଇ ସହ ବାରିପଦା ତୃତୀୟ ପ୍ରଦୂଷିତ ସହର ପାଲଟିଛି । ରାଜଧାନୀ ଭୁବନେଶ୍ୱରରେ ଏକ୍ୟୁଆଇ ୩୦୩ ରହିଛି ।

ତେବେ ଗତକାଲି ରାଜଧାନୀ ଦିଲ୍ଲୀରେ ବାୟୁର ମାନ ୨୩୬ ଥିଲା ବେଳେ ଆଜି ସକାଳ ୮ଟାରେ ୨୩୫ ରହିଛି । ସେହିପରି ଗତକାଲି ଦେଶର ୯ ପ୍ରଦୂଷିତ ସହର ମଧ୍ୟରେ ଥିଲା ଓଡ଼ିଶାର ୭ ସହର। ୩୮୦ ଏକ୍ୟୁଆଇ ସହ ଗତକାଲି ତାଳଚେର ଦେଶର ସବୁଠୁ ପ୍ରଦୂଷିତ ସହରର କୁଖ୍ୟାତି ଅର୍ଜିଥିବା ବେଳେ ୩୪୬ ଏକ୍ୟୁଆଇ ସହ ଅନୁଗୁଳ ଦେଶର ଦ୍ୱିତୀୟ ପ୍ରଦୂଷିତ ସହର ରହିଥିଲା ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL