ଓଡ଼ିଶା

ଧାଡ଼ି ବ୍ୟବସ୍ଥାକୁ ନେଇ ଶ୍ରୀମନ୍ଦିରରେ ଠେଲାପେଲା, ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୂଜିଛି । ସେବକ ଓ ସୁରକ୍ଷାକର୍ମୀଙ୍କ ମାଧରେ ଠେଲାପେଲା ହୋଇଥିବା ସୂଚନା ରହିଛି ।

ପୁଣି ଶ୍ରୀମନ୍ଦିରରେ ଧାଡ଼ି ବ୍ୟବସ୍ଥାକୁ ନେଇ ଠେଲାପେଲା ପରିସ୍ଥିତି ଉପୁଜିଛି । ଶ୍ରୀମନ୍ଦିର ସୁରକ୍ଷା ସ୍ଵତନ୍ତ୍ର ବଳ ଓ ସେବକଙ୍କ ମଧ୍ୟରେ ଏହି ଠେଲାପେଲା ହୋଇଛି । ସାତ ପାହାଚ ତଳେ ପ୍ରୋଟୋକଲ ବ୍ୟବସ୍ଥାକୁ ନେଇ ଏହି ପରିସ୍ଥିତି ଉପୁଜିଥିବା ଦେଖିବାକୁ ମିଳିଛି । ଖବର ଅନୁସାରେ ସାତପାହାଚ ତଳେ ଗୋଟିଏ ଧାଡ଼ି ବ୍ୟବସ୍ଥାକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହି ବଚସା ବିବାଦୀୟ ରୂପ ନେଇଥିଲା । ଶ୍ରୀମନ୍ଦିର ସୁରକ୍ଷା ସ୍ଵତନ୍ତ୍ର ବଳ କାହାକୁ ନଜଣାଇ ଧାଡ଼ି ବ୍ୟବସ୍ଥା କରିଥିବାରୁ ବିବାଦ ହୋଇଥିଲା । ଶେଷରେ ସାତପାହାଚ ତଳେ ଏହି ଧାଡ଼ି ଦର୍ଶନକୁ ବନ୍ଦ କଲେ ସେବକ ।

 

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL