ଭୁବନେଶ୍ବର: ବାରମ୍ବାର ରାଜଧାନୀରେ ଘଟୁଛି ସମାନ ଘଟଣା । ସରକାର ଲୋକଙ୍କ ସେବା ପାଇଁ ଚଲାଉଥିବା ଆମ ବସ୍ ସେବା କମ୍ ଜୀବନ ଅଧିକ ନେଲାଣି । ଯେତେ ପ୍ରଚାର ପ୍ରସାର ପରେ ବି ସୁଧୁରୁନାହାନ୍ତି ବସ ଚାଳକ । ମନଇଚ୍ଛା ବସ୍ ଚଲାଇବା ଫଳରେ ଗଲାଣି କେତେ ନିରୀହଙ୍କ ଜୀବନ । ଏତେ ସବୁ ପରେ ସରକାରଙ୍କ ନିଦ ଭାଙ୍ଗିଛି । ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜଧାନୀରେ ଦିନକୁ ଦିନ ବୃଦ୍ଧି ପାଉଥିବା ଆମ-ବସ୍ ଦୁର୍ଘଟଣାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଚାଳକଙ୍କୁ ନିୟମିତ ତାଲିମ ନେବା ପାଇଁ ଦେଲେ ନିର୍ଦ୍ଦେଶ ଦେଇଛନ୍ତି । ରାଜଧାନୀରେ ବଢୁଥିବା ଆମ-ବସ୍ ଦୁର୍ଘଟଣା ଅଟକାଇବାକୁ ବଡ଼ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ, ଗଠନ ହେବ ସ୍ବତନ୍ତ୍ର ସ୍କ୍ବାର୍ଡ଼









