ଜାତୀୟ

ଜଳିଗଲା ଷ୍ଟାଫ କ୍ବାର୍ଟର୍ସ; ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଦିଲ୍ଲୀ ଆଦର୍ଶ ନଗର ଅଞ୍ଚଳରେ ଥିବା ମେଟ୍ରୋ ଷ୍ଟାଫ କ୍ବାର୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ଏକ ଘରୁ ବାପା, ମା ଏବଂ ପିଲାର ମୃତଦେହ ଜବତ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ତେବେ ନିଆଁ କେମିତି ଲାଗିଲା ତାହା ଏବେ ଯାଏଁ ଜଣାପଡିନାହିଁ ।

ଖବର ବିଷୟରେ ସୂଚନା ପାଇ ଦମକଳ ଟିମ୍ ରାତି ୨.୩୯ର ଡିଏମଆରସି କ୍ବାର୍ଟରରେ ପହଞ୍ଚିଥିଲା । ଘରୋଇ ଜିନିଷରେ ନିଆଁ ଲାଗିଥିବା ନେଇ କଲ୍ ଆସିଥିଲା । ଘଟଣା ସ୍ଥଳକୁ ୬ଟି ଦମକଳ ଗାଡ଼ି ନିଆଁ ଲିଭାଇବାକୁ ଯାଇଥିଲା । ନିଆଁ ୫ମ ମହଲାରେ ଲାଗିଥିଲା । ଅଗ୍ନିଶମ ଟିମ ଭିତରକୁ ପହଞ୍ଚିବା ବେଳକୁ ୩ ଜଣଙ୍କ ଜୀବନ ଚାଲିଯାଇଥିଲା । ମୃତକଙ୍କ ପରିଚୟ ମିଳିଛି । ୪୨ ବର୍ଷୀୟ ଅଜୟ, ୩୮ ବର୍ଷୀୟ ପତ୍ନୀ ନୀଲମ ଏବଂ ୧୦ ବର୍ଷର ଝିଅ ରହିଥିବା ଜଣାପଡିଛି । ତେବେ ଏହି ଘଟଣା ପରେ ଆଦର୍ଶ ନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL