ଭୁବନେଶ୍ବର: ଚାରିଆଡ଼େ ବଢିଚାଲିଛି ବାୟୁ ପ୍ରଦୁଷଣ । ଯାହାର ମୁକାବିଲା କରିବା ପାଇଁ ସବୁ ରାଜ୍ୟର ସରକାର ସଜାଗ ହୋଇଯାଇଛନ୍ତି । ଏବେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଏବଂ କଟକ ପାଇଁ ବାୟୁ ପ୍ରଦୂଷଣ ପାଇଁ କଟକଣା ଜାରି କରାଯାଇଛି । ଏବଠୁ ସ୍ଥିତି ନିୟନ୍ତ୍ରଣରେ ରଖିଲେ କିଛି ସୁଧାର ଆସିପାରିବ ଭାବି ସରକାର କିଛି ପଦକ୍ଷେପ ନେଇଛନ୍ତି ଜାଣନ୍ତୁ…. ଆସନ୍ତା ୭ ଦନି ପାଇଁ ନିର୍ମାଣ କାର୍ଯ୍ୟ ଉପରେ ରୋକ ଲାଗିବ । ଏହା ସହ ସଫେଇ ସମୟରେ ପାଣି ସିଞ୍ଚନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସହରରେ ଅଳିଆ ଜାଳିବା ଉପରେ ମଧ୍ୟ କଟଣା ଲାଗୁ ହୋଇଛି । ଯଦି କୌଣସି ବ୍ୟକ୍ତି ବର୍ଜ୍ୟ ଜାଳନ୍ତି ତାହାଲେ ୫୦୦୦ ଟଙ୍କା ଫାଇନ୍ କରାଯିବ । ପୂର୍ବରୁ ବାଲେଶ୍ୱର ଏବଂ ଅନୁଗୁଳରେ କଟକଣା ଲାଗୁ ହୋଇଥିବା ବେଳେ ଏବେ ଟ୍ୱିନ୍ସିଟିରେ ଏହି କଟକଣା ଲାଗୁ ହୋଇଛି ବୋଲି ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ ସୂଚନା ଦେଇଛନ୍ତି ।ଢାବା, ହୋଟେଲ, ପିକନିକ ସ୍ପଟ,ରେ କୋଇଲା ଜାଳ ନ ଜାଳିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପ୍ରଦୂଷଣ କଟକଣା ନ ମାନିଲେ ୫ ହଜାର ଜରିମାନା








