ଜାତୀୟ

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ ଦିଆଯାଇଛି। ଏଥିରେ ମହାବୀର ୨୦୨୦ ଓ ୨୦୨୧ ରେ କୋଭିଡ୍ ୧୯ ଟିକାର ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ ବାୟୋଟେକକୁ ଜାରି କରାଯାଇଥିବା ହଜାର ହଜାର କୋଟି ଟଙ୍କାର ବିବରଣୀ ମାଗିଥିଲେ। ଆରଟିଆଇ ଆବେଦନର ଜବାବରେ ମଗାଯାଇଥିବା ସୂଚନା ତା ପାଖରେ ନଥିବା ଡିପିଆଇଆଇଟି କହିଥିଲା।

ଶୁଣାଣି କରି ନିଜ ଆଦେଶରେ ସୂଚନା ଆୟୁକ୍ତ ଖୁସବନ୍ତ ସିଂହ ସେଠୀ କହିଛନ୍ତି ଯେ, ଲଜିଷ୍ଟିକ୍ସ ବିଭାଗ ଆବେଦନକାରୀଙ୍କୁ ସୂଚନା ଉପଲବ୍ଧ ନଥିବା ସ୍ପଷ୍ଟ ରୂପେ ସୂଚିତ କରିଥିଲେ। ତେବେ ଆୟୋଗ ସତ୍ୟପାଠ ମାଧ୍ୟମରେ ଏ ନେଇ ସୂଚନା ଦେବାକୁ ନିର୍ଦେଶ ଦେଇଛନ୍ତି। ସିଆଇସି କହିଛନ୍ତି ଯେ, ୨୦୨୩ର ଆରଟିଆଇ ଆବେଦନରେ ମଗାଯାଇଥିବା ସୂଚନା ଉପଲବ୍ଧ ନଥିବା କହିଥିବା ଡିପିଆଇଆଇଟିକୁ ଆୟୋଗରେ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦିଆଯାଉଛି। ୧୫ ଦିନ ମଧ୍ୟରେ ଡାକ ଦ୍ବାରା ଏବଂ ସିଆଇସିର ପୋର୍ଟାଲରେ ସତ୍ୟପାଠ ଅପଲୋଡ୍ କରିବାକୁ ନିର୍ଦେଶ ଦିଆଯାଇଛି। ଏହାର ଏକ ନକଲି ଆବେଦନକାରୀ ମହାବୀର ଶର୍ମାଙ୍କୁ ମଧ୍ୟ ପଠାଇବାକୁ କୁହାଯାଇଛି।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL