ଓଡ଼ିଶା

ଗୁଣି ସନ୍ଦେହରେ ହତ୍ୟା, ୩ ଗିରଫ

ରାଇକିଆ : କନ୍ଧମାଳ ଟିକାବାଲି ଥାନା ଚୂନାପଡ଼ା ଜଙ୍ଗଲରୁ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ମାମଲାର ତଦନ୍ତ କରି ୩ ଅଭଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ଖଜୁରୀପଡ଼ା ଥାନା ଖଲିବେର୍ଣ୍ଣାର ପ୍ରକାଶ ହଂସ, ମୁକେଶ ହଂସ ଓ ଟିକାବାଲି ଥାନା ନାଗିରିଗୁଡାରିର ଜିତେନ୍ଦ୍ର ଗୁରୁ। ଅଭିଯୁକ୍ତ ମାନଙ୍କୁ ଘଟଣାସ୍ଥଳକୁ ନେଇ କ୍ରାଇମସିନ ରିକ୍ରିଏସନ କରିଛି ପୋଲିସ । ସୂଚନା ଅନୁସାରେ ଗତ ୭ ମାସ ତଳେ ଅଭିଯୁକ୍ତ ପ୍ରକାଶ ହଂସଙ୍କ ଭାଇଙ୍କର କୌଣସି କାରଣବଶତଃ ମୃତ୍ୟୁ ହୋଇଥିଲା । ଦୁର୍ଯୋଧନ ତାଙ୍କୁ ଗୁଣି ଗାରେଡି କରିଥିବା ଅଭିଯୁକ୍ତ ମାନେ ସନ୍ଦେହ କରିଥିଲେ ।

ଗତ ୪ ତାରିଖରେ ଦୁର୍ଯ୍ୟୋଧନ ଚିକେନ କିଣିବାକୁ ଯାଇଉଥିବା ବେଳେ ଅଭିଯୁକ୍ତ ମାନେ ଆକ୍ରମଣ କରିଥିଲେ । ପରେ ଦୁର୍ଯ୍ୟୋଧନଙ୍କୁ ଜଙ୍ଗଲ ଭିତରକୁ ନେଇ ପଥର ଛେଚିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ଘଟଣାର ତଦନ୍ତ କରି ଟିକାବାଲି ପୋଲିସ ୩ଜଣ ଯାକ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL