ଓଡ଼ିଶା

ଝାଡ଼ଖଣ୍ଡରେ ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ

ଭୁବନେଶ୍ବର: ପୁଣି ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱ । ଝାଡ଼ଖଣ୍ଡରେ ଜୁଏଲ ଓରାମଙ୍କୁ ମିଳିଲା ବଡ ଦାୟିତ୍ୱ । ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ ।
ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ବିଜେପି ନେତାଙ୍କୁ ଦାୟିତ୍ୱ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ ଦେଇଛି ବିଜେପି । ଆଗକୁ ଝାଡ଼ଖଣ୍ଡରେ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଯାହାର ଦାୟିତ୍ୱ ନେଇଛନ୍ତି ଜୁଏଲ । ଜୁଏଲଙ୍କୁ ଝାଡ଼ଖଣ୍ଡ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛି ବିଜେପି । ଜୁଏଲ ରାଜ୍ୟ ସଭାପତି ପାଇଁ ନିର୍ବାଚନ ପରିଚାଳନା କରିବେ । ଏନେଇ ସୂଚନା ଜାରି କରିଛନ୍ତି ବିଜେପି ନିର୍ବାଚନ ରିଟର୍ଣ୍ଣି ଅଧିକାରୀ ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL