ଓଡ଼ିଶା

ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ପ୍ରସୂତିଙ୍କ ଜୀବନ; ମେଡିକାଲରେ ଉତ୍ତେଜନା

ପୁରୀ: ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ମୃତକ ହେଉଛନ୍ତି ପୁରୀ ସଦର ଶାସନ ଦାମୋଦରପୁର ଗାଁର ଗଙ୍ଗାଧର ପରିଡ଼ାଙ୍କ ଝିଅ ରୋଜାଲିନ ପରିଡ଼ା । ସେ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପରିବାର ଲୋକେ ସଦର ମୁଖ୍ୟ ଚିକିତ୍ସାଳୟ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ରୋଜାଲିନ କମ୍ମାପୁରର ମନୋରଞ୍ଜନ ସେନାପତିଙ୍କୁ ବିବାହ କରିଥିଲେ । ସେମାନଙ୍କ ପୂର୍ବରୁ ଗୋଟିଏ କନ୍ୟା ସନ୍ତାନ ଅଛି। ସ୍ଵାମୀ ବାହାରେ କାମ କରୁଥିବାରୁ ରୋଜାଲିନ ଶାସନ ଦାମୋଦରପୁର ସ୍ଥିର ବାପା ଘରେ ରହୁଥିଲେ।

ସୂଚନା ଅନୁସାରେ ଗତ ୧୦ ତାରିଖରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ସୁସ୍ଥ ହେବା ପରେ ତାଙ୍କୁ ୱାର୍ଡକୁ ଅଣାଯାଇଥିଲା । ତେବେ ହଠାତ୍ ଆଜି ସେ ବେଡ଼ରୁ ପଡ଼ିଯାଇଥିଲା । ତାଙ୍କ ମାଆ ଓ ସମ୍ପର୍କୀୟ ଡ୍ୟୁଟିରେ ଥିବା ନର୍ସଙ୍କୁ ଜଣାଇଥିଲେ । ହେଲେ ସେ ଆସିନଥିଲେ । ରୋଜାଲିନଙ୍କ ବାପା ଗଙ୍ଗାଧର ଖବର ପାଇ ହସ୍ପିଟାଲରେ ପହଞ୍ଚି ଅନ୍ୟ ରୋଗୀ ସମ୍ପର୍କୀୟଙ୍କ ସହାୟତାରେ ଷ୍ଟ୍ରେଚର ଯୋଗେ ତାଙ୍କୁ ଓଟିକୁ ନେଇଥିଲେ। ଚିକିତ୍ସା ଅବହେଳାରୁ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣି ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା । ହସ୍ପିଟାଲ ମାତୃ ଓ ଶିଶୁ ଯତ୍ନ କେନ୍ଦ୍ରରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ପୁରୀ ସିଡିଏମଓ ଡାକ୍ତର ଅକ୍ଷୟ କୁମାର ଶତପଥୀ ପହଞ୍ଚି ଥିଲେ। ଅତ୍ୟଧିକ ରକ୍ତଚାପ କିମ୍ବା ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଥାଇପାରେ । ମୃତ୍ୟୁର ପ୍ରକୃତ କାରଣର ଯାଞ୍ଚ ସହ ଚିକିତ୍ସାରେ ଅବହେଳା ହୋଇଛି ନାଁ ନାହିଁ ତାର ତଦନ୍ତ ହେବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *

This News and Current Affairs Website is published & owned  by The Info News India-Ajira Dunia Media Ventures 

Ajira Dunia @2024. All Rights Reserved || Developed By CBSPL